ଆଜି ପ୍ରକାଶ ପାଇବ ଦଶମ ଅଫଲାଇନ ଫଳାଫଳ

ଭୂବନେଶ୍ବର, (ନାଗରାଜ ନ୍ଯୁଜ): ଆଜି ପ୍ରକାଶ ପାଇବ ଦଶମ ଅଫଲାଇନ୍ ଫଳାଫଳ । ମାଟ୍ରିକ୍ ଅଫଲାଇନ୍ ପରୀକ୍ଷାଫଳ ପ୍ରକାଶ ନେଇ ଆଜି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ୧୫,୧୩୬ ଛାତ୍ରଛାତ୍ରୀ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷାଫଳ ଦେଇଥିଲେ ।

ଚଳିତ ବର୍ଷ କରୋନା କଟକଣା ଯୋଗୁ ରାଜ୍ୟ ସରକାର ମାଟ୍ରିକ୍ ପରୀକ୍ଷା ବାତିଲ୍ କରିଥିଲେ ଏହାପରେ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥାରେ ଛାତ୍ରୀଛାତ୍ରୀ ମାନଙ୍କ ରେଜଲ୍ଟ ପ୍ରକାଶ କରାଯାଇଥିଲା ।

ତେବେ ଏହି ପ୍ରକ୍ରିୟାରେ କିଛି ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିବା ପରେ ସେମାନଙ୍କ ପାଇଁ ପୁଣି ଥରେ ୃପଲାଇନ୍ ପରୀକ୍ଷାର ବ୍ୟବସ୍ଥା କରାଯାଇଥିଲା । ଏବଂ ଏହି ମାଟ୍ରିକ୍ ଅଫଲାଇନ୍ ପରୀକ୍ଷାର ଆଜି ଅପରାହ୍ନରେ ପରୀକ୍ଷାଫଳ ପ୍ରକାଶ ପାଇବାକୁ ଯାଉଛି । ଅନଲାଇନ୍ ମାକିଂରେ ଅସନ୍ତୋଷ ଜାହିର କରି ରାଜ୍ୟର ୧୫ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଫଲାଇନ୍ ପରୀକ୍ଷା ଦେଇଥିଲେ ।

Leave a Reply

Your email address will not be published.