ଜୁନ୍ ୨୨ ଯାଏଁ ରାଜ୍ୟରେ ନାହିଁ ବଡ଼ ବର୍ଷାର ସମ୍ଭାବନା

ଭୁବନେଶ୍ୱର,(ନାଗରାଜ ନ୍ୟୁଜ): ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମର ଜ୍ୱଳା । ତାତି ସାଙ୍ଗକୁ ଗୁଳୁଗୁଳି । ୨ ଦିନ ହେବ ରାଜ୍ୟରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଗଛ ପତ୍ର ବି ଟିକେ ହଲୁନାହିଁ । ଅନ୍ୟପଟେ ଜୁନ୍ ୨୨ ତାରିଖ ଯାଏଁ ରାଜ୍ୟରେ ବଡ଼ ବର୍ଷା ହେବାର ସମ୍ଭାବନା ବହୁତ କମ୍ ରହିଛି । ଯଦିଓ ଏହା ଭିତରେ ମୌସୁମୀ ଆସିବ । ତାହାଲେ ମଧ୍ୟ ଅଳ୍ପ କିଛି ବର୍ଷା ଛିଞ୍ଚିବ । ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ଅଳ୍ପ ବର୍ଷା ହେବାର ସମ୍ଭାବନା ଅଛି । ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଇଏମଡିର ଆକଳନ ଅନୁଯାୟୀ ପୂର୍ବ ଓ କେନ୍ଦ୍ରୀୟ ଭାରତର କିଛି ସ୍ଥାନରେ ମୌସୁମୀ ପ୍ରବେଶ କରିବ । ତେବେ ଉତ୍ତର ପୂର୍ବ, ପୂର୍ବ ଭାରତ ଓ ଉତ୍ତର ପଶ୍ଚିମ ଭାରତରେ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । କିନ୍ତୁ ଓଡ଼ିଶାରେ ସ୍ୱାଭାବିକ ବର୍ଷା ହେବନି । ତେବେ ୧୦ ତାରିଖରୁ ରାଜ୍ୟର କିଛି ସ୍ଥାନରେ ତାପମାତ୍ରା କମିବ । ୧୧ରୁ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଆହୁରି କମିଯିବ । କ୍ରମଶଃ ରାଜ୍ୟର ସବୁ ଅଞ୍ଚଳରେ ତାପମାତ୍ରା ୪୦ଡିଗ୍ରୀ ତଳକୁ ଖସିବ ବୋଲି ସୋଆ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡା. ଶରତ ସାହୁ କହିଛନ୍ତି ।

Leave a Reply

Your email address will not be published.