ଆଜିର ରାଶି ଚକ୍ର ଓ ପଞ୍ଜିକା

*??? ଆଜିର ରାଶି ଚକ୍ର ଓ ପଞ୍ଜିକା???*
*✧═════•❁❀❁•═════✧*
*ଅଦ୍ୟ ଏପ୍ରିଲ ମାସ ୨୨ ତାରିଖ ୨୦୨୧ ମସିହା(ଗୁରୁବାର)*
*ଶକାବ୍ଦ -୧୯୪୩*
*ସମ୍ବତ -୨୦୭୮*
*ସାଲ-୧୪୨୮*
*ସମ୍ବତ୍ସର -ଆନନ୍ଦୋ*
*ଚୈତ୍ର ମାସ-ଶୁକ୍ଳପକ୍ଷ*
*ତିଥି-ଦଶମୀ ରାତ୍ରି ଘ୧୧/୪୫ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ*
*ନକ୍ଷତ୍ର- ଅଶ୍ଳେଷା ଦିବା ଘ ୦୮/୫୯ ପର୍ଯ୍ୟନ୍ତ ତଦନ୍ତେ ମଘା*
*ଚନ୍ଦ୍ର-କର୍କଟ ଦିବା ଘ ୦୮/୫୯ ପର୍ଯ୍ୟନ୍ତ ତଦନ୍ତେ ସିଂହ*
*ଯୋଗ- ଗଣ୍ଡ*
*କରଣ-ତୈତୀ ଳ*
*ସୌରମାସ- ମେଷ ୧୦ ଦିନ*
*✧═════•❁❀❁•═════✧*
*ସୁର୍ୟୋଦୟ-ପ୍ରାତଃ ଘ୦୫/୨୮/୪୦*
*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୩/୪୯*
*✧═════•❁❀❁•═════✧*
*ଯୋଗିନୀ ଉତ୍ତରେ ରାତ୍ରି ଘ୧୧/୪୫ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେ*
*କର୍କଟ ଓ ମକର ରାଶିର ଘ।ତ ଚନ୍ଦ୍ର*
*ତୁଳା ଓ କୁମ୍ଭ ରାଶିର ଘାତବାର*
*ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
✧═════•❁❀❁•════**
*କାଳବେଳା ଓ ବାର ବେଳା- ଦିବା ଘ ୦୨/୫୪ ଗତେ ଘ୦୬/୦୪ ମଧ୍ୟେ*
✧═════•❁❀❁•═══
*ବିଶୁଦ୍ଧ ଅମୃତବେଳା- ରାତ୍ରି ଘ ୦୧/୧୬ ଗତେ ଘ୦୩/୪୦ମଧ୍ୟେ*
*ବିଶୁଦ୍ଧ ମହେନ୍ଦ୍ର ବେଳ।- ଦିବା ଘ୦୭/୦୦ମଧ୍ୟେ ଓ ଘ ୧୦/୧୫ ଗତେ ଘ୧୨/୪୧ମଧ୍ୟେ*
═✧*══•❁❀❁•═════✧*
*ଆଦ୍ୟ କଳମ ଶାଗ ଭକ୍ଷଣ ନିଷେଧ*

*✧═════•❁❀❁•═════✧*
*??꧁ ଆଜିର ରାଶି ଚକ୍ର꧂??*
*✧═════•❁❀❁•═════✧*
*?ମେଷ?? ଶୁଭ ଗ୍ରହ ପ୍ରଭାବରେ ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍‌ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ।*
*✧═════•❁❀❁•═════✧*
*?ବୃଷ??-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। କଠୋର ପରିଶ୍ରମଜନିତ କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ।*
*✧═════•❁❀❁•═════✧*

*? ମିଥୁନ??-ଆଜି ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ଲାଗି ରହିଥିଲେ ମଧ୍ୟ ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ । ଆର୍ଥିକ ସମସ୍ୟାର ସମାଧାନ କରିବା ସମ୍ଭାବନା ରହିଛି । ବ୍ୟବସାୟ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି, ବାସ୍ତବରେ ସେପରି କିଛି ହେବନି ।*
*✧═════•❁❀❁•═════✧*

*?କର୍କଟ??-ଆଜି ଅର୍ଥ ସମ୍ପର୍କିତ ସମସ୍ୟା ସୃଷ୍ଟି ହେବ। ନିଜ ନିଜର ଫାଇଦା ହାସଲ ପାଇଁ ବନ୍ଧୁମାନେ ମନଲୋଭା କଥା କହି ପାରନ୍ତି । ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ଉଦ୍‌ବେଗର କାରଣ ହେବ। କର୍ମକ୍ଷେତ୍ରରେ ବ୍ୟସ୍ତବହୁଳତା ଲାଗି ରହିପାରେ।*
*✧═════•❁❀❁•═════✧*

*?ସିଂହ??-ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ ଅବଶ୍ୟ ଆତ୍ମୀୟସ୍ବଜନମାନଙ୍କ ସାହାଯ୍ୟର ପ୍ରତିଶ୍ରୁତି ଆପଣଙ୍କୁ ନୂତନ କର୍ମାରମ୍ଭ ପାଇଁ ପ୍ରେରଣା ପ୍ରଦାନ କରିବ। ପ୍ରତ୍ୟେକ କ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ।*
*✧═════•❁❀❁•═════✧*
*?କନ୍ୟା??-ଆଜି ବାଣିଜ୍ୟ, ବ୍ୟବସାୟ, ଚେଷ୍ଟା କରୁଥିବା କାମରେ ଶୁଭଫଳ ପାଇବେ । କାର୍ଯ୍ୟବ୍ୟସ୍ତ ଯୋଗୁ ମିଶିବାକୁ ଆସିଥିବା ବନ୍ଧୁଙ୍କ ସହ ଆଲୋଚନା କରିବାକୁ ସମୟ ପାଇବେ ନାହିଁ । ବ୍ୟବସାୟିକ କ୍ଷେତ୍ରରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି।*

*✧═════•❁❀❁•═════✧*
*?ତୁଳା??-ଆଜି ଶିକ୍ଷା, ସମ୍ପର୍କ ଓ ଆଲୋଚନା କ୍ଷେତ୍ରରେ କେତେକ ବ୍ୟତିକ୍ରମର ସୂଚନା ରହିଛି। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। କଳା,ସାହିତ୍ୟ, ସାମ୍ବାଦିକତା ତଥା ସାହିତ୍ୟ ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।*
*✧═════•❁❀❁•═════✧*

*?ବିଛା??-ପାରିବାରିକ ସମସ୍ୟା ମାନସିକ ସ୍ଥିତିକୁ କଳୁଷିତ କରିପାରେ । କୌଣସି କାର୍ଯ୍ୟ ସମ୍ପନ୍ନ କରିବା କ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ କରିବେ। କର୍ମକ୍ଷେତ୍ରରେ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବାର ଅନୁଭବ କରିବେ। ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି।*

*✧═════•❁❀❁•═════✧*
*?ଧନୁ??-ଆଜି ମାନସିକ ଅସ୍ଥିରତା ଲାଗି ରହିବ। ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା କାରଣରୁ ବ୍ୟବସାୟରେ ମନାନ୍ତର ଦେଖାଦେଇପାରେ। ଆପଣଙ୍କ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ। ଜମିଜମା କାରଣକୁ ନେଇ କୌଣସି ନିକଟ ସମ୍ପର୍କୀୟଙ୍କ ସହ ଯୁକ୍ତିତର୍କ ଲାଗିପାରେ।*
*✧═════•❁❀❁•═════✧*

*?ମକର??-ଆଜି ଆପଣଙ୍କ କଥା ଓ କାମରେ ତାଳମେଳ ରହିବ ନାହିଁ। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟା ପୂର୍ବ ପରି ରହିବା ହେତୁ ସାମୟିକ ଚିନ୍ତା କରିବେ। ହାତକୁ ନେଇଥିବା ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇପାରନ୍ତି।*
*✧═════•❁❀❁•═════✧*

*?କୁମ୍ଭ??-ଆଜି ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିତ ସଫଳତା ପାଇବେ । କର୍ମକ୍ଷେତ୍ରରେ ହାତ ପାହାନ୍ତାକୁ ସୁଯୋଗ ଆସିଯିବା ହେତୁ ଅଟକି ରହିଥିବା କାମଗୁଡ଼ିକ ତ୍ୱରାନ୍ବିତ ହେବ। ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ ଏବଂ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ।*

*✧═════•❁❀❁•═════✧*
*? ମୀନ??-ଆଜି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ଦୂରହେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ଆଜି ସଭାସମିତି, ସତ୍‌ସଙ୍ଗ, ଆଧ୍ୟାତ୍ମିକତା, ରାଜନୀତି, ପ୍ରଶାସନ ପାଇଁ ଭଲ।*
*✧═════•❁❀❁•═════✧*

Leave a Reply

Your email address will not be published.