ଆଜି ଶ୍ରୀଜିଉଙ୍କ ବାହୁଡା ଯାତ୍ରା

ପୁରୀ: ମାଉସୀ ମା ମନ୍ଦିରରୁ ଆଜି ନିଜ ବଡ ଦେଉଳକୁ ବାହାରିବେ ମହାପ୍ରଭୂ । ଏହାରି ମଧ୍ୟରେ ଜନ୍ମବେଦୀରେ ପ୍ରଭୁ ଲୀଳାଖେଳା କରିଛନ୍ତି । ଭଗବାନ ଶ୍ରୀଜଗନ୍ନାଥଙ୍କ ଚଳିତ ବର୍ଷର ଶେଷ ଆଡ଼ପ ଦର୍ଶନ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ।  ଆଡ଼ପ ଦର୍ଶନ ଶେଷ ହେବା ପରେ ବାହୁଡ଼ା ନୀତି ଆରମ୍ଭ ହୋଇଯାଇଥିଲା । ଆଜି ଭୋର ସକାଳୁ ମହାପ୍ରଭୁଙ୍କର ବିଭିନ୍ନ ପାରଂପରିକ ନୀତି ନିର୍ଦ୍ଧାରିତ ସମୟରେ ଶେଷ ହୋଇଛି । ପହଣ୍ଡି ଶେଷ ହେବା ପରେ ମଧ୍ୟାହ୍‌ନ ୧୨ଟାରୁ ରଥଟଣା କାର୍ଯ୍ୟ ଆରମ୍ଭ ହେବ । ମାତ୍ର ନୀତି ଗୁଡ଼ିକ ଯଦି ପୂର୍ବରୁ ଶେଷ ହୋଇଯାଏ, ତା’ହେଲେ ରଥଟଣା କାର୍ଯ୍ୟ ପୂର୍ବରୁ ମଧ୍ୟ ହୋଇପାରେ । 

ଗତକାଲି ସନ୍ଧ୍ୟା ଦର୍ଶନ ପରେ ବାହୁଡ଼ା ଯାତ୍ରା ନୀତିକାନ୍ତି ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଆଜି ଭୋର ୪ଟାରେ ମହାପ୍ରଭୂଙ୍କୁ ମଙ୍ଗଳ ଆଳତି କରାଯାଇଥିଲା । ୪ଟା ୧୫ରେ ମଇଲମ, ୪ଟା ୩୦ରେ ତଡପ ଲାଗି ଏବଂ ରୋଷହୋମ, ୫ଟାରେ ଅବକାଶ, ୫ଟା ୧୫ରେ ସୂର୍ଯ୍ୟପୂଜା, ୫ଟା ୩୦ରେ ଦ୍ୱାରପାଳ ପୂଜା ଓ ବେଶ ଶେଷ କରାଯାଇଥିଲା । ସକାଳ ୬ଟା ୪୫ ସୁଦ୍ଧା ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ଅନୁଷ୍ଠିତ କରାଯିବାର ଲକ୍ଷ୍ୟ ରଖାଯାଇଛି ।

୭ଟାରୁ ୧୧ଟା ୩୦ ମଧ୍ୟରେ ସେନାପଟା ଲାଗି,୧୧ଟା ୪୫ରେ ମଙ୍ଗଳାର୍ପଣ, ମଧ୍ୟାହ୍ନ ୧୨ଟାରେ ବାହୁଡ଼ା ପହଣ୍ଡି, ୧ଟାରୁ ୨ଟା ୩୦ ଯାଏଁ ବେଶ ଶେଷ, ୨ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ରଥ ଉପରେ ଛେରାପହଁରା ନୀତି ପରେ ୩ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟିବା ଓ ଘୋଡ଼ା ଲାଗିବ । ଶେଷରେ ଅପରାହ୍ନ ୪ଟାରେ ଶ୍ରୀମନ୍ଦିର ଅଭିମୁଖେ ଶ୍ରୀଜିଉ ରଥାରୁଢ଼ ହୋଇ ବାହାରିବେ । କୋଭିଡ-୧୯ କଟକଣା ଭଳି ଆଜି ମଧ୍ୟ ପବିତ୍ର ଆଶାଢ଼ ଶୁକ୍ଲପକ୍ଷ ଦଶମୀ ତିଥିରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି । ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ ଆଜି ପୁଣି ସାଧାରଣ ଭକ୍ତ ଶୂନ୍ୟ ହେବ । ଗତ ରଥଯାତ୍ରା ଭଳି ବଡ଼ଦାଣ୍ଡରେ ଏଥର ମଧ୍ୟ ଗହଳି ଦେଖାଯିବ ନାହିଁ । ସୀମିତ ସେବାୟତଙ୍କ ଦ୍ୱାରା ରଥଟଣା କାର୍ଯ୍ୟ ହେବ ।  

ଭଗବାନ ଶ୍ରୀଜଗନ୍ନାଥଙ୍କ ଚଳିତ ବର୍ଷର ଶେଷ ଆଡ଼ପ ଦର୍ଶନ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ।  ଆଡ଼ପ ଦର୍ଶନ ଶେଷ ହେବା ପରେ ବାହୁଡ଼ା ନୀତି ଆରମ୍ଭ ହୋଇଯାଇଥିଲା । ଆଜି ଭୋର ସକାଳୁ ମହାପ୍ରଭୁଙ୍କର ବିଭିନ୍ନ ପାରଂପରିକ ନୀତି ନିର୍ଦ୍ଧାରିତ ସମୟରେ ଶେଷ ହୋଇଛି । ପହଣ୍ଡି ଶେଷ ହେବା ପରେ ମଧ୍ୟାହ୍‌ନ ୧୨ଟାରୁ ରଥଟଣା କାର୍ଯ୍ୟ ଆରମ୍ଭ ହେବ । ମାତ୍ର ନୀତି ଗୁଡ଼ିକ ଯଦି ପୂର୍ବରୁ ଶେଷ ହୋଇଯାଏ, ତା’ହେଲେ ରଥଟଣା କାର୍ଯ୍ୟ ପୂର୍ବରୁ ମଧ୍ୟ ହୋଇପାରେ । 

କୋଭିଡ-୧୯ ଗାଇଡଲାଇନ ଅନୁସାରେ ବାହୁଡ଼ା ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶାନ୍ତି ଶୃଙ୍ଖଳାର ସହିତ ବାହୁଡ଼ା ଯାତ୍ରା ଶେଷ କରିବା ପାଇଁ ପୋଲିସ ଅଣ୍ଟା ଭିଡ଼ିଛି । ମହାପ୍ରଭୁଙ୍କର ସୁନାବେଶ ଆସନ୍ତାକାଲି (ବୁଧବାର) ଅନୁଷ୍ଠିତ ହେବ । ଗୁରୁବାର ଅଧରପଣା ନୀତି ଓ ଶୁକ୍ରବାର ଶ୍ରୀମନ୍ଦିର ରତ୍ନ ସିଂହାସନକୁ ବିଜେ କରିବେ ଶ୍ରୀଜିଉ । 

Leave a Reply

Your email address will not be published.