ଆଜି ହୋଇପାରେ ପରୀକ୍ଷା ନେଇ ନିଷ୍ପତ୍ତି

ଭୂବନେଶ୍ବର: ଆଜି ହୋଇପାରେ ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ଛାତ୍ରଛାତ୍ରୀଙ୍କ ପାଠପଢ଼ା ତଥା ପରୀକ୍ଷା ବ୍ୟବସ୍ଥା ଲାଗି ନିଷ୍ପତ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହ କୁଳପତିମାନଙ୍କ ସହ ଆଲୋଚନା କରିବେ । ଏଥିରେ ବିଭାଗୀୟ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କ ସମେତ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ସଦସ୍ୟମାନେ ଯୋଗଦେବେ ।

ଅନଲାଇନ୍‌ରେ ଯୋଗଦେଇ କୁଳପତିମାନେ ସେମାନଙ୍କ ସହ ଅନୁବନ୍ଧିତ ଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀମାନଙ୍କ ସହିତ ସ୍ନାତକ ଓ ସ୍ନାତକୋତର ପରୀକ୍ଷା ବିଷୟରେ ଆଲୋଚନା କରିଥିବା ପ୍ରସଙ୍ଗ ଉଲ୍ଲେଖ କରିବେ ।

ସେହି ବୈଠକରେ କୁଳପତିମାନଙ୍କ ମତାମତକୁ ଆଧାର କରି ପରୀକ୍ଷା ପ୍ରସଙ୍ଗରେ ବିଚାର ବିମର୍ଶ କରାଯିବ । ଏହାପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ।

Leave a Reply

Your email address will not be published.