ରାଜ୍ୟରେ ଆଜି ୨୦ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ଥମିବାର ନ୍ନାଁ ଧରୁ ନ ଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।  ପ୍ରଥମ ଥର ପାଇଁ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୦ ଡେଇଁଛି।

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୧ ଆକ୍ରାନ୍ତ ଆଖି ବୁଜିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି।  ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨ ହଜାର ୧୬୧କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧୮୦୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସୁନ୍ଦରଗଡ଼ ଜିଲ୍ଲାରୁ ୧୯୨୨ଜଣ ଅଛନ୍ତି । ଏହା ତଳକୁ ରହିଛି ଖୋର୍ଦ୍ଧା ଜିଲ୍ଲା । ଏଠାରୁ ୧୫୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକ ଜିଲ୍ଲାରୁ ୧୦୫୨ ଜଣ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published.