ଜୁଲାଇ ୧ ତାରିଖ ଯାଏଁ ବନ୍ଦ ରହିବ ୟୁନିଟ ୧ ହାଟ

ଭୂବନେଶ୍ବର: ରାଜ୍ୟରେ ମହାମାରୀର ଆତଙ୍କ ହ୍ରାସ ପାଉଥିଲେ ମଧ୍ୟ କରୋନା ସଂକଟ ଏଯାଏଁ ଟଳିନି । ମଣିଷର ସାମାନ୍ଯ ଅସାବଧାନତା କରୋନା ପୁଣି ଥରେ ପୂର୍ବଭଳି କାୟାବିସ୍ତାର କରିଚାଲିବ । ଏନେଇ ବିଏମସି ପକ୍ଷରୁ ଡେଞ୍ଜର ଜୋନରେ ରହିଥିବା ରାଜଧାନୀ ଭୁବନେଶ୍ୱର ୟୁନିଟ ୧ ହାଟକୁ ବନ୍ଦ କରି ଦିଆଯାଇଛି । ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ହାଟ ବନ୍ଦ ରହିବ ।

ଯେହେତୁ ରାଜଧାନୀର ପ୍ରମୁଖ ହାଟ ଗୁଡିକରେ ଜମୁଛି ଅହେତୁକ ଭିଡ ଖୋଲା ଖୋଲି ଭାବରେ କୋଭିଡ୍ ନିୟମର ଉଲଘଂନ କରାଯାଉଛି । କଟକଣା ସତ୍ତ୍ୱେ ନା ଲୋକେ ମାନୁଛନ୍ତି ନା ବ୍ୟବସାୟୀ ତେଣୁ କଠୋର ହୋଇଛି ଭୁବନେଶ୍ୱର ମହାନଗର ନିଗମ ।

ଉଭୟ ହେଲସେଲ ଓ ରିଟେଲର ବ୍ୟବସାୟୀ ମାନଙ୍କ ପାଇଁ ହାଟ ବନ୍ଦ କରାଯାଇଛି । ନିୟମ ଉଲଘଂନ ହେତୁ କୋଙିଡ୍ ସଂକ୍ରମଣ ବଢିବା ଆଶଙ୍କାରେ ବିଏମସି ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି।

କେବଳ ଭିତର ହାଟ ଉପର ବିଏମସି କଟକଣା ଲଗାଇଥିବା ବେଳେ ପରିବା ହାଟ ପୂର୍ବ ଭଳି ଖୋଲା ରହିବ । ବାହାର ହାଟ ମଧ୍ୟ କଟକଣା ମଧ୍ୟରେ ଖୋଲିପାରିବେ ମାତ୍ର ସାମାନ୍ୟ ନିୟମର ଉଲଘହନ ହେଲା ବାହାର ହାଟ ମଧ୍ୟ ସିଲ୍ ହେବ ବୋଲି ବିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Leave a Reply

Your email address will not be published.