Unlock 3 ( ଅଗଷ୍ଟ ମାସ ପାଇଁ ନୂଆ ଗାଇଡ ଲାଇନ )

ଭୁବନେଶ୍ୱର: (Nagraj News) D: 31.07.2020

ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ରହିବ!!

ଅଗଷ୍ଟ ମାସର କଟକଣା ନେଇ SRC ପ୍ରଦୀପ ଜେନାଙ୍କ ସୂଚନା, ଥିଏଟର, ଆସେମ୍ବ୍ଲି ହଲ୍, ସାମାଜିକ, ରାଜନୈତିକ କାର୍ଯ୍ୟ ବନ୍ଦ, ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନରେ ପାଠ ପଢ଼ା ବନ୍ଦ ରହିବ, ପାଠ ପଢ଼ା ବନ୍ଦ ରହିଲେ ବି ପରୀକ୍ଷା କରାଯାଇ ପାରିବ, ଅଗଷ୍ଟ ୫ରୁ ଯୋଗ କେନ୍ଦ୍ର ଓ ଜିମ୍ ଖୋଲା ଯାଇପାରିବ!!

ରାତ୍ରକାଳୀନ କର୍ଫ୍ୟୁ ବଳବତ୍ତର ରଖିଲେ ରାଜ୍ୟ ସରକାର, ରାତି ୯ଟାରୁ ସକାଳ ୫ଟା ଯାଏ ସାଧାରଣ ଆତଯାତ ବନ୍ଦ, ରାତ୍ରକାଳୀନ କର୍ଫ୍ୟୁରେ ଅତ୍ୟାବଶ୍ୟକ ସେବା ଚାଲୁ ରହିବ, ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀ ଯାଆସ କରିପାରିବେ, ଶିଳ୍ପ କାରଖାନା ଓ ନିର୍ମାଣ କାର୍ଯ୍ୟ ଚାଲୁ ରହିବ, NH କଡ଼ରେ ଥିବା ଢାବା ଖାଦ୍ୟ ପାର୍ସଲ ଦେଇପାରିବେ!!

୪ ଜିଲ୍ଲା ଓ ରାଉରକେଲା ସହରରେ ସପ୍ତାହାନ୍ତ ସଟଡାଉନ, ଗଂଜାମ, ଗଜପତି, ଖୋର୍ଦ୍ଧା, କଟକ ଜିଲ୍ଲା ଓ ରାଉରକେଲା ସହର!!

ଅଗଷ୍ଟ ୧ ଓ ୨ରେ ଦିନ ୧ଟାରୁ ରାତି ୯ଟା ଯାଏ ସଟଡାଉନ; ୧ ଓ ୨ ତାରିଖରେ ଦିନ ୧ଟା ଯାଏ ସବୁ ଖୋଲା ରହିବ, ପରବର୍ତ୍ତୀ ଶନି ଓ ରବିବାର ସଂପୂର୍ଣ୍ଣ ସଟଡାଉନ ଲାଗୁ ହେବ!!

ରାଜ୍ୟ ବାହାରୁ କେହି ୩ ଦିନ ପାଇଁ ଆସିଲେ କ୍ୱାରେଣ୍ଟିନ ହେବେନି, ୩ ଦିନରୁ ଅଧିକ କେହି ରହିଲେ ସେମାନଙ୍କୁ କ୍ୱାରେଣ୍ଟିନ କରାଯିବ!!

ସେଲୁନ, ସ୍ପା ଆଦି ସୁରକ୍ଷା ମାନି କାର୍ଯ୍ୟ ଜାରି ରଖିପାରିବେ, ବାହାଘରରେ କୌଣସି ପରିସ୍ଥିତିରେ ୫୦ରୁ ଅଧିକ ଲୋକ ରହିବେନି, ବର, କନ୍ୟା ପକ୍ଷ ସମସ୍ତଙ୍କୁ ମିଶାଇ ୫୦ରୁ ଅଧିକ ଲୋକ ରହିବେନି, ଶୁଦ୍ଧିକ୍ରିୟା କାର୍ଯ୍ୟରେ ୨୦ରୁ ଅଧିକ ଲୋକ ରହିପାରିବେନି, ବାହାଘର, ଶୁଦ୍ଧିରେ ଗାଇଡଲାଇନ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ!!

ଏଣିକି ବିନା ମାସ୍କରେ ଘରୁ ବାହାରିଲେ କିମ୍ବା ସଠିକ ଭାବେ ମାସ୍କ ନପିନ୍ଧିଥିଲେ ଲାଗିବ ଅଧିକ ଫାଇନ: ପ୍ରଥମ ଦୁଇ ଥର ନିୟମ ଭାଙ୍ଗିଲେ ହଜାରେ ଏବଂ ଏହାପରେ ଆଦାୟ ହେବ ୫୦୦୦ ଟଙ୍କାର ଜରିମାନା!!

ବାହାରେ ଛେପ ପକାଇଲେ, ମାସ୍କ ନପିନ୍ଧିଲେ ମୋଟା ଅଙ୍କର ତଣ୍ଡ । ଏପରିକି ମାସ୍କ ସଠିକ ଭାବେ ନପିନ୍ଧିଲେ ମଧ୍ୟ ଗଣିବାକୁ ପଡିବ ଅଧିକ ଫାଇନ । ତେବେ ପ୍ରଥମ ଦୁଇ ଥର ନିୟମ ଭାଙ୍ଗିଲେ ଦେବାକୁ ପଡିବ ୧ ହଜାର ଟଙ୍କା ଜରିମାନା । ସେହିପରି ଦ୍ୱିତୀୟ ଥର ନିମୟ ଉଲ୍ଲଂଘନ କଲେ ସଂପୃକ୍ତ ବ୍ୟକ୍ତିଙ୍କଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ବୋଲି କଡା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ସେହିପରି ସର୍ବସାଧାରଣରେ ଛେପ ପକାଇଲେ ମଧ୍ୟ ସମାନ ଟଙ୍କାର ଜରିମାନା ଆଦାୟ କରିବେ ରାଜ୍ୟ ସରକାର!!

Leave a Reply

Your email address will not be published.