କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଟୀକା କରଣ

କଟକ:କଟକ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମିଳିତ ଉଦ୍ୟମରେ କର୍ମଚାରୀମାନଙ୍କୁ କୋଭିଡ ଟୀକା କରଣ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ଗୃହରେ ଚଳିତ ମାସ ୬ତାରି ରୁ ଆରମ୍ଭ ହୋଇଥିଲା l ଏହି କାର୍ଯ୍ୟକ୍ରମ କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଭବାନୀ ଶଙ୍କର ଚଇନି ଉଦଘାଟନ କରିଥିଲେ l ଦୀର୍ଘ ପାଞ୍ଚ ଦିନ ଧରି ଏହି ଟୀକା କରଣ କାର୍ଯ୍ୟକ୍ରମ ଚାଲିଥିଲା ଓ ବହୁ ସଂଖ୍ୟାରେ କର୍ମଚାରୀ ଏହି ଟୀକା କରଣ କାର୍ଯ୍ୟକ୍ରମ ରେ ସାମିଲ ହୋଇ ଟୀକା ଗ୍ରହଣ କରି ଥିଲେ l ଏହି କାର୍ଯ୍ୟକ୍ରମକୁ ସୁଶ୍ରୀ ଅଲକରାଣୀ ଦେବତା ଆସିଷ୍ଟାଣ୍ଡ କଲେକ୍ଟର, ସାଧାରଣ ଓ ବିବିଧ ବିଭାଗର ପରିଚାଳନା କରିଥିଲେ l ଉଜlପନୀ ଦିବସରେ ଡ଼ା ପିୟୁଷ ରଞ୍ଜନ ସାହୁ ଯୋଗଦେଇ କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟବସ୍ତା ବୁଝିବା ସହ 28ଦିନ ପରେ ଏହି ଟୀକାର ଦ୍ୱିତୀୟ ଡୋଜ ନେବାକୁ କହିବା ସହ କରୋନା ରୋଗର ମୁକାବିଲା ପାଇଁ ସମସ୍ତେ ଟୀକାନେବା, ମାସ୍କ ପରିଧାନ କରିବା ଓ ସାନିଟାଇଜର ବ୍ୟାବହାର କରିବା ପାଇଁ ପ୍ରର୍ବତାଇ ଥିଲେ l ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନର ବହୁ କର୍ମଚାରୀ ଯୋଗ ଦେଇ ସୁଚାର ରୂପେ ଏହାକୁ ସମ୍ପାଦନ କରିଥିଲେ l ସେମାନେ ହେଲେ (ସ୍ୱାସ୍ଥ୍ୟ ବିଭାଗର) ରଶ୍ମିତା ସ୍ୱାଇଁ, ପ୍ରତିମା ନାୟକ, ଅଶିତ ପ୍ରିୟ ଦର୍ଶନ, ସଂଗୀତା ରାଉତରାୟ ଓ ରଂଜିତା ସାହୁ ଓ ଜିଲ୍ଲା ପ୍ରଶାସନ ତରଫରୁ ଶ୍ରୀ ବିଶ୍ଵମୋହନ ମହାପାତ୍ର, ଅକ୍ଷୟ କୁମାର ସହୂ, ବିଜୟ କୁମାର ପ୍ରଧାନ, ମିଳନ କୁମାର ମଲ୍ଲିକ, ଦୀପ୍ତିରେଖା ଦେବୀ, ମହାପ୍ରସାଦ ପଣ୍ଡା ପ୍ରମୁଖ ଯୋଗ ଦେଇ ଥିଲେ l ଶେଷରେ ସମସ୍ତ କର୍ମଚାରୀ ମାନଙ୍କ ତରଫରୁ ଏହି କାର୍ଯ୍ୟରେ ସହଯୋଗ କରିଥିବା କର୍ମଚାରୀ ମାନଙ୍କୁ କଲେକ୍ଟୋରେଟ ଷ୍ଟାଫ କମିଟିର ସଭାପତି ଶ୍ରୀ ବିଶ୍ୱ ମୋହନ ମହାପାତ୍ର ଧନ୍ୟବାଦ ଅର୍ପଣ କରି ଥିଲେ

Leave a Reply

Your email address will not be published.