ମାସ୍କ ଓ ପିପିଇ କିଟ ଦୁର୍ନୀତି ମାମଲାର ପ୍ରାଥମିକ ରିପୋର୍ଟ ଦାଖଲ କଲା ଭିଜିଲାନ୍ସ,, ଅନୁଧ୍ୟାନ କରିବେ ୩ଜଣିଆ ଖଣ୍ଡପୀଠ

ଭୁବନେଶ୍ବର: ମାସ୍କ ଓ ପିପିଇ କିଟ୍ କିଣାରେ ହୋଇଥିବା ଦୂର୍ନୀତି ପ୍ରସଙ୍ଗରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ପ୍ରାଥମିକ ତଦନ୍ତ କରି ରିପୋଟ ଦାଖଲ କରିଛି ଭିଜିଲାନ୍ସ। ରିପୋଟକୁ ଲୋକାୟୁକ୍ତର ୩ ଜରିଆ ଖଣ୍ଡପିଠ ଅନୁଧ୍ୟାନ କରି ତର୍ଜମା କରିବା ପରେ ଆସନ୍ତା ୨୬ ତାରିଖରେ ପରବର୍ତ୍ତୀ ଶୁଣାଣି କରିବେ। ମାସ୍କ ଓ ପିପିଇ କିଟ୍ କିଣାରେ ଦୂର୍ନୀତି ହୋଇଥିବା ନେଇ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁଶାନ୍ତ ପାଢୀ ଓ କଂଗ୍ରେସ ନେତା ସୂଦର୍ଶନ ଦାସ କରିଥିବା ଅଭିଯୋଗକୁ ନେଇ ଶୁଣାଣି ପ୍ରକ୍ରୀୟା ଆରମ୍ଭ ହୋଇଛି।

Leave a Reply

Your email address will not be published.