ଅଳିଆ ଗଦାରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ରାୟଗଡା: କୁହାଯାଏ ଝିଅ ଜନ୍ମ ହେଲେ ଘରକୁ ଲକ୍ଷ୍ମୀ ଆସେ । ହେଲେ ଏହାକୁ ମାନୁଛନ୍ତି କେତେଜଣ । ଝିଅ ଜନ୍ମ ସତେ ଯେପରି ବୋଝ ହୋଇ ପଡୁଛି । କାରଣ ଯାହା ହେଉନା କାହିଁକି ଝିଅ ଜନମ ପରେ ଫିଙ୍ଗିଦେବା ଘଟଣା ଅନେକ ବାର ଶୁଣିବାକୁ ମିଳିଛି । ଗଣମାଧ୍ୟମରେ ମଧ୍ୟ ଖବର ଆସୁଛି । । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କୋଲନରା ଗ୍ରାମରେ । ଆଜି ସକାଳେ ଗାଁର ଗୌରାଙ୍ଗ ମନ୍ଦିର ନିକଟରେ ଜଣେ ମହିଳା ଅଳିଆ ପକାଇବାକୁ ଆସିଥିବା ସମୟରେ ନବଜାତ ଶିଶୁ କନ୍ୟାର କାନ୍ଦିବା ଶୁଣି ଥିଲେ । ମହିଳା ଜଣଙ୍କ ଶିଶୁ କନ୍ୟାକୁ ଦେଖିବା ପରେ ପଡୋଶୀଙ୍କୁ ଡାକିଥିଲେ । ପଡୋଶୀ ଲୋକେ ଘଟଣା ସ୍ଥଳରେ ପହଁଚି ଶିଶୁ କନ୍ୟା କୁ ପିମ୍ପଡି କାମୁଡୁ ଥିବା ଅବସ୍ଥା ରେ ଉଦ୍ଧାର କରିବା ସହ ନିକଟରେ ଥିବା ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ହସ୍ତାନ୍ତର କରିଥିଲେ । ବର୍ତ୍ତମାନ ଶିଶୁ କନ୍ୟା ଟି ସୁସ୍ଥ ଥିବା ଜଣାପଡିଛି । ତେବେ କେଉଁ କାରଣରୁ ଶିଶୁ କନ୍ୟାକୁ ଫୋପାଡା ଯାଇଛି ସ୍ପଷ୍ଟ ହୋଇନାହିଁ । ସରକାର ଝିଅଙ୍କ ପାଇଁ ବହୁ ଯୋଜନା କରୁଥିବା ବେଳେ ଏ ଦିଗରେ ମହିଳାମାନେ ସଚେତନତା ହେବା ଆବଶ୍ୟକ ବୋଲି କହିଛନ୍ତି ବରିଷ୍ଠ  ଓକିଲ ଜୟଶ୍ରୀ ମହାପାତ୍ର ।

Leave a Reply

Your email address will not be published.