ବଡ ବିଜୟ ଅଭିମୁଖେ ମମତା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଏଥରକ ବିଜୟର ମୁକୁଟ ପିନ୍ଧିବକି ଶାସକ ଟିଏମସି। ଗୋଟିଏ ପଟେ ଭୋଟ ଗଣତି ଜାରି ରହିଥିବା ବେଳେ ଅନ୍ୟପଟେ ଟ୍ରେଣ୍ଡ ଆସିବାରେ ଲାଗିଛି। ଗଣତି ଆରମ୍ଭ ହେବା ମାତ୍ରେ ବିଜେପି ଆଗରେ ରହିଥିଲା। କିନ୍ତୁ ଏବେ ନିର୍ବାଚନ କମିଶନ ଜାରି କରିଥିବା ଟ୍ରେଣ୍ଡ ଅନୁଯାୟୀ, ମମତା ବାନାର୍ଜୀଙ୍କ ଟିଏମସି ୨୦୪ଟି ଆସନରେ ଆଗରେ ରହିଛି।

ବିଜେପି ମାତ୍ର ୮୫ଟି ଆସନରେ ଲିଡ୍‌ କରୁଛି। କିଛି ସମୟ ପୂର୍ବରୁ ଟିଏମସି ଓ ବିଜେପି ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା। ବିଜେପି ୧୧୫ଟି ଆସନରେ ଆଗରେ ମଧ୍ୟ ଥିଲା। ହେଲେ ଏବେ ଟିଏମସି ଯଥେଷ୍ଟ ଆଗକୁ ଚାଲି ଯାଇଛି। ବାମ ମେଣ୍ଟ ଗୋଟିଏ ଆସନରେ ଆଗରେ ଥିବା ବେଳେ ଅନ୍ୟାନ୍ୟ ଦଳ ୨ଟି ଆସନରେ ଆଗରେ ରହିଛନ୍ତି।

ପଶ୍ଚିମବଙ୍ଗ ବିଧାନସଭାର ୨୯୪ଟି ଆସନରୁ ୨୯୨ଟି ଆସନରେ ଭୋଟ ହୋଇଥିଲା। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୪୭। ଏବେଠାରୁ ଟିଏମସି ୨୦୪ ଆସନରେ ଲିଡ୍‌ କରିଥିବାରୁ ଦଳୀୟ କର୍ମୀମାନେ ଉତ୍ସବ ମନାଇବା ଆରମ୍ଭ କରିଛନ୍ତି।

Leave a Reply

Your email address will not be published.