ସ୍ମାର୍ଟକାର୍ଡ ବଣ୍ଟନ ଏକ ପ୍ରହସନ: ବିଜେପି

 

ସୁନ୍ଦରଗଡ, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ ପୈାରପାଳିତ ଏବଂ ଗ୍ରାମ ପଞ୍ଚୟତରେ ବଣ୍ଟନ କରାଯାଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟକାର୍ଡ ଏକ ପ୍ରହସନରେ ପରିଣତ ହୋଇଛି ବୋଲି ବିଜେପି ରାଜ୍ୟ ମୁଖପାତ୍ର ଧିରେନ ସେନାପତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ରାଉଲକେଲା ପୈାରନିଗମ ୱେବସାଇଟରେ ଏହି ଯୋଜନା ସମ୍ପର୍କରେ ବ୍ୟାପକ ପ୍ରଚାର କରିବା ପାଇଁ ଯେଉଁ ବ୍ୟକ୍ତିଙ୍କ ଫଟୋ ସହିତ ପୋଷ୍ଟ କରାଯାଉଛି, ତାହା ଏହି ପରିବାର ପ୍ରତି ଏକ ଉପହାସ ବୋଲି ଭାଜପା ତରଫରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ରାଉରକେଲା ସେକ୍ଟର-୧୫ରେ ରହୁଥିବା ଜନୈକ ସନ୍ତୋଷ ଶତପଥୀଙ୍କୁ ଦିଆଯାଇଥିବା ସ୍ମାର୍ଟକାର୍ଡର ଏକ ଫଟୋ ରାଉରକେଲା ପୈାରନିଗମ ତରଫରୁ ନିଜସ୍ଵ ୱେବସାଇଟରେ ଲେଖା ମାଧ୍ୟମରେ ଯଥା ମୋ ପତ୍ନୀର ଦେହ ଖରାପ୍ ରହୁଛି ଟଙ୍କା ଅଭାବରୁ ଭଲ ହସ୍ପିଟାଲରେ ତାର ଚିକିତ୍ସା କରିପାରୁନଥିଲି , ହେଲେ ଏବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂଆ ସ୍ମାର୍ଟକାର୍ଡରେ ମହିଳାଙ୍କ ପାଇଁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଥିବାରୁ ମୁଁ ମୋ ପତ୍ନୀଙ୍କୁ ବଡ଼ ହସପିଟାଲକୁ ନେଇପାରିବି-ସନ୍ତୋଷ ଶତପଥୀ ସେକ୍ଟର୍-୧୫ ରାରକେଲା/ସ୍ୱାସ୍ଥ୍ୟ ଓଡ଼ିଶା ବୋଲି ପ୍ରଚାର କରାଯାଉଛି । ତେଣୁ ମୃତ ବ୍ୟକ୍ତି ନାମରେ ପ୍ରଚାର କରିବା ଏବଂ ମୃତ ବ୍ୟକ୍ତିଙ୍କ ନାମରେ କାର୍ଡ ବଣ୍ଟନ କରିବା କେତେଦୂର ଯୁକ୍ତିଯୁକ୍ତ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିଭଳି ବିଶ୍ରା ବ୍ଲକ ସ୍ତିତ ମନିପାନି ଗାଁର କନୈକା ମହିଳା ଶ୍ରୀମତୀ ମୋହତୋଙ୍କ ମଙ୍କ ଚିକିତ୍ସା ରାଉରକେଲା ହସ୍ପିଟାଲ୍ ଯିବାକୁ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published.