ମୋଦିଙ୍କ କ୍ୟାବିନେଟରେ ସ୍ଥାନ ପାଇଲେ ୭ ମହିଳା

ନୂଆଦିଲ୍ଲୀ: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳ ପୁନଃଗଠନରେ ୪୩ ଜଣ ମନ୍ତ୍ରୀଙ୍କୁ ସ୍ଥାନ ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୭ଜଣ ମହିଳା ଥିବାର ଜଣାଯାଇଛି । ଏହା ସହିତ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ମହିଳାଙ୍କ ସଂଖ୍ୟା ୧୧ରେ ପହଂଞ୍ଚିଛି । ମୋଦୀଙ୍କ ଦ୍ୱିତୀୟ କାଯ୍ୟକାଳ ଆରମ୍ଭରେ ଛଜଣ ମହିଳା ମନ୍ତ୍ରୀ ଥିଲେ, କିନ୍ତୁ ଅକାଳୀ ଦଳ ବିଜେପି ନେତୃତ୍ୱାଧୀନ ଏନଡିଏ ସହ ସମ୍ପର୍କ ଛିନ୍ନ କରିବା ପରେ ହର୍ଷମ୍ରତ କୌର ଇସ୍ତଫା ଦେଇଥିଲେ।  ଦେହାନ୍ତ ହୋଇଥିବା ସୁଷମା ସ୍ୱରାଜ ଏବଂ ମନେକା ଗାନ୍ଧୀଙ୍କୁ ବାଦ ଦେବା ଏହା ଚାରିକୁ ଖସି ଯାଇଥିଲା ।

ଅନ୍ୟମାନେ ଯେଉଁମାନେ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି ସେମାନେ ହେଲେ ଶୋଭା କରାଣ୍ଡଲାଜେ, ଦର୍ଶନ ଜାରଡୋଶ, ମୀନାକ୍ଷୀ ଲେଖୀ, ଅନ୍ନପୂର୍ଣ୍ଣା ଦେବୀ, ପ୍ରତୀମା ଭୌମିକ, ଭାରତୀ ପାୱାର । ପଶ୍ଚିମବଙ୍ଗର ରାଇଗଞ୍ଜକୁ ପ୍ରତିନିଧିତ୍ୱ କରୁଥିବା ରାଜ୍ୟ ମନ୍ତ୍ରୀ ଦେବଶ୍ରୀ ଚୌଧୁରୀ ଏଥର ମନ୍ତ୍ରୀ ମଣ୍ଡଳରୁ ଦିଆଯାଇଥିବା ବେଳେ ଅନ୍ୟ ମହିଳା ମନ୍ତ୍ରୀ ନିର୍ମଳା ସୀତାରମଣ, ସ୍ମୃତି ଇରାନୀ, ରେଣୁକା ସିଂ ଏବଂ ସାଧବୀ ନିରଂଜନ ଜ୍ୟୋତି ମୋଦୀଙ୍କ ଦ୍ୱୀତିୟ ପାଳିରେ ନିଜର ସ୍ଥାନ ବଜାୟ ରଖିଛନ୍ତି।

Leave a Reply

Your email address will not be published.