ପଞ୍ଚମ ପାଳିକୁ ପୁରିଛି ୨ ବର୍ଷ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ସରକାରକୁ ଶୁକ୍ରବାର ପୂରିଛି ଦୁଇବର୍ଷ । ଲଗାତର ୫ମ ପାଳିରେ ରାଜ୍ୟର ଶାସନ ଡୋରି ଧରିବା ପରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ନବୀନ କହିଥିଲେ- ପ୍ରତିଶ୍ରୁତି ନୁହେଁ ଗ୍ୟାରେଣ୍ଟି । ଆମେ ଯାହା ପ୍ରତିଶ୍ରୁତି ଦେଇଛୁ, ତା’କୁ ଅକ୍ଷରେ ଅକ୍ଷରେ ପାଳନ କରିବୁ । ଆସନ୍ତୁ, ଆମେ ସମଗ୍ର ବିଶ୍ୱକୁ ଜଣାଇଦେବା ଯେ, ବିକାଶର ରାସ୍ତାରେ ଏବେ ଓଡ଼ିଶା । ଓଡ଼ିଶାର ସମୟ ଆସିଯାଇଛି । ଆମେ ସମସ୍ତେ ସମୟର ପରିବର୍ତ୍ତନରେ ସାମିଲ ହେବା । ଏକ ସଶକ୍ତ ଓ ନୂଆ ଓଡ଼ିଶା ଗଠନ କରିବା ସହ ମିଳିମିଶି କାମ କରିବା ପାଇଁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Leave a Reply

Your email address will not be published.