ଗାନ୍ଧି ପରିବାରର କାହାରିକୁ ମିଳିବ ନାହିଁ ଅଧ୍ୟକ୍ଷ ପଦ, ଦଳର କରିପାରେ ନିଷ୍ପତ୍ତି

ଭୂବନେଶ୍ବର: କଂଗ୍ରେସ ପାର୍ଟି ଭିତରେ ଚାଲିଥିବା ତମାମ ବିରୋଧାଭାସ ଏବଂ ଅନ୍ୟ ସହଯୋଗୀ ଦଳର ଚାପ ମଧ୍ୟରେ ପାର୍ଟି ଏବେ ନିଜକୁ ସକ୍ରିୟ ରଖିବାକୁ ଚାହୁଁଛି । ଏଣୁ ଆଗକୁ ଏକ ବଡ଼ଧରଣର ପରିବର୍ତ୍ତନ ହୋଇପାରେ ବୋଲି ଶୁଣିବାକୁ ମିଳିଛି । ସଂଗଠନ ଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ଏହାର ପ୍ରଭାବ ଦେଖାଯାଇପାରେ । ସୂତ୍ର ଅନୁସାରେ ପାର୍ଟି ବଡ଼ ପରିବର୍ତ୍ତନ ଲାଗି ଫର୍ମୁଲା ପ୍ରସ୍ତୁତ କରିଛି । 

ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂତ୍ର ଅନୁସାରେ ଏଥର ଗାନ୍ଧୀ ପରିବାରର ବାହାରୁ ଅଧ୍ୟକ୍ଷ ପଦ ମିଳିବ । ଯେହେତୁ ଦଳ ନିଜକୁ ପୁଣି ପ୍ରସ୍ତୁତ କରିବାର ରଣନୀତି କରୁଛି ।ଏହାସହିତ ରାହୁଲ ଗାନ୍ଧୀ ନିଜକୁ ଲୋକସଭାରେ ବିରୋଧୀ ଦଳର ନେତା ହେବାକୁ ଚାହୁଁଛନ୍ତି । ଅନ୍ୟପଟରେ କୁହାଯାଉଛିଯେ, ସୋନିଆ ଗାନ୍ଧୀଙ୍କୁ ୨୦୨୪ ଯାଏଁ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ କରିବାକୁ ଦଳ ଆଗ୍ରହ ପ୍ରକାଶ କରିପାରେ । ଆହୁରି ମଧ୍ୟ ଚର୍ଚ୍ଚା ହେଉଛିଯେ, ରାହୁଲ ଗାନ୍ଧୀଙ୍କୁ ଦ୍ୱିତୀୟ ଥର ପାର୍ଟି ଅଧ୍ୟକ୍ଷ କରିବା ପାଇଁ ଚାପ ପ୍ରୟୋଗ କରାଯାଇପାରେ । 

Leave a Reply

Your email address will not be published.