ପ୍ରଶାନ୍ତ ଜଗଦ୍ଦେବ ବିଜେଡିରୁ ନିଲମ୍ବିତ

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ପ୍ରଶାନ୍ତ ଜଗଦ୍ଦେବ ବିଜେଡିରୁ ନିଲମ୍ବିତ । ବିଧାୟକଙ୍କ ଦାଦାଗିରି ଖବର ସାମ୍ନାକୁ ଆସିବା ପରେ ବିଜେଡ ସୁପ୍ରିମୋ ପ୍ରଶାନ୍ତଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି । ଆଜିହିଁ ସାମ୍ନାକୁ ଆସିଥିଲା ଚିଲିକା ବିଧାୟକଙ୍କ ଦାଦାଗିରିର ଦୃଶ୍ୟ । ବିଜେପି କର୍ମୀଙ୍କୁ ମାଡ ମାରିବା ଘଟଣାରେ ନିଲମ୍ବନ ହୋଇଛନ୍ତି ।

ତେବେ ସୂଚନା ଅନୁଯାୟୀ ବିଜେପି କର୍ମୀଙ୍କୁ ବିଧାୟକ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ବାଲୁଗାଁ ନଗର ମଣ୍ଡଳ ସଭାପତିଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲ। । ଆକ୍ରମଣ ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା ।

ବାଲୁଗାଁ ଏନଏସସିରେ ସରକାରୀ କାର୍ୟ୍ୟ ବେଳେ ଏଭଳି ଘଟଣା ଘଟିଥିଲା । ବିଜେପି ପକ୍ଷରୁ କାର୍ୟ୍ୟକ୍ରମକୁ ବିରୋଧ ବେଳେ ମାଡ ମାରିଥିଲେ ବିଧାୟକ । ଘଟଣା ବେଳେ ସୁଟିଂ କରୁଥିବା ସାମ୍ବାଦିକଙ୍କୁବି ଆକ୍ରମଣ ଅଭିଯୋଗ ହେଇଥିଲା ।

Leave a Reply

Your email address will not be published.