ଚତୁର୍ଥ ପର୍ଯ୍ୟାୟ ମତଦାନ ନିମନ୍ତେ ପ୍ରସ୍ତୁତି ଶେଷ

ବାଙ୍କୀ, (ନାଗରାଜ ନ୍ୟୁଜ): କଟକ ଜିଲ୍ଲାର ବାଙ୍କୀ ଡମପଡ଼ା ବ୍ଲକରେ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଏନେଇ ଆଜି ଠାରୁ ପୁଲିଂ ପାର୍ଟିକୁ ନେବା ଆଣିବା ପାଇଁ ବସ ଏବଂ ମଟର ଗାଡିର ବ୍ୟବସ୍ଥା କରାଯାଇଛି । ୨୨ ତାରିଖରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟରେ ବାଙ୍କୀ ଡମପଡ଼ା ବ୍ଲକରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥି ନିମନ୍ତେ ପ୍ରସ୍ତୁତି ଶେଷ । ବାଙ୍କୀ ଡମପଡ଼ା ବ୍ଲକରେ ୧୭ଟି ପଞ୍ଚାୟତର ମୋଟ ୭୬୬୭୩ଜଣ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ଏଥିନିମନ୍ତେ ଦୁଇଟି ଜୋନରେ ୧୦ଟି ଜିଲ୍ଲା ପରିଷଦ ପ୍ରାର୍ଥୀ, ୫୯ ଜଣ ସରପଞ୍ଚ ପ୍ରାର୍ଥୀ, ୬୦ ଜଣ ସମିତି ସଭ୍ୟଙ୍କ ଆସନ୍ତାକାଲି ଭାଗ୍ୟ ନିର୍ଦ୍ଧାରଣ ହେବ । ବ୍ଲକରେ ହେବାକୁ ଥିବା ସମ୍ବେଦନଶିଳ ୨୨୧ ବୁଥ ଓ ଅତି ସମ୍ବେଦନଶୀଳ ୪୧ଟି ବୁଥ ନିମନ୍ତେ ବ୍ୟାପକ ପୋଲିସ ବ୍ୟବସ୍ଥା ହୋଇଥିବା ବିଡିଓ ସୂଚନା ଦେଇଛନ୍ତି । ତେବେ ଏନେଇ ବ୍ଲକ୍ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏବଂ ଶାନ୍ତି ଶୃଙ୍ଖଳା ସହ ଚାଲିଛି ବୋଲି ଡମପଡ଼ା ମଣ୍ଡଳ ଉନ୍ନୟନ ଅଧିକାରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.