ନିର୍ବାଚିତ ହେବାପରେ ପ୍ରଥମ କରି ପଞ୍ଚାୟତ ଗୃହରେ ପ୍ରବେଶ କଲେ ରାଇତଳା ସରପଞ୍ଚ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ରାଇତଳା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ଲକ୍ଷ୍ମୀପ୍ରିୟା ସାମଲ ,ଦୁଇ ନଂ ଜୋନ୍ ର ଜିଲ୍ଲାପରିଷଦ ପ୍ରାର୍ଥୀନୀ ମମତା ମଞ୍ଜରୀ ବେହେରା ଓ ପନ୍ଦରଟି ୱାର୍ଡର ୱାର୍ଡ ମେମ୍ବର ମାନଙ୍କୁ ନେଇ ଗ୍ରାମ ପରିଭ୍ରମଣ କରି ସାରିବା ପରେ ପଞ୍ଚାୟତ ଗୃହକୁ ପ୍ରବେଶ କରିଥିଲେ । ପ୍ରଥମେ ଯଥାବିଧି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ । ପରେ ୱାର୍ଡ ମେମ୍ବର ମାନେ ସରପଞ୍ଚ ଓ ଜିଲ୍ଲାପରିଷଦଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ । ତାପରେ ସରପଞ୍ଚ ଓ ଜିଲ୍ଲାପରିଷଦଙ୍କ ସହିତ ଚିତରଂଜନ କଁଅର, ଜିତେନ୍ଦ୍ର ସାହୁ,‌ ସାଗରତୃଷ୍ଣା ଦଳାଇ, ପଞ୍ଚାୟତ ସେକ୍ରେଟାରୀ ହରିଶ୍ ନାୟକ, ଜି ଆର୍ ଏସ୍ ସରୋଜ କୁମାର ଦଳାଇ ଓ ଅନେକ ସମର୍ଥକ ମିଶି ସମସ୍ତ ୱାର୍ଡ ମେମ୍ବର ମାନଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published.