ଭର୍ଚୁଆଲ ମୋଡରେ ବସିବ ବିଜେପି କାର୍ଯ୍ୟକାରିଣୀ ବୈଠକ

ଭୂବନେଶ୍ଵର: କରୋନା ମହାମାରୀ କାରଣରୁ ଭର୍ଚୁଆଲ ମୋଡରେ ଆସନ୍ତା କାଲି ଚଳିତ ବର୍ଷର ଦ୍ୱିତୀୟ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିବାକୁ ଯାଉଛି । ଏହି ବୈଠକ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି । କାଲି ଅନୁଷ୍ଟିତ ହେବାକୁ ଯାଉଥିବା ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ରଣନୀତି କଣ ରହିବ ତାହା ପାଇଁ ମଧ୍ୟ ପ୍ରସ୍ତୁତି ଆଲୋଚନା ହେବ ।

ତେବେ ଏହି ବୈଠକରେ ଓଡିଶାର ସମସ୍ତ ପ୍ରମୁଖ ନେତା ଯୋଗଦେବେ । ବିଶେଷ ଭାବେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ତଥା ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଏବଂ କିଷାନ ବିଶିଷ୍ଟ ନେତା ତଥା ରାଜ୍ୟ ସହ ପ୍ରଭାରୀ ବିଜୟପାଳ ସିଂ ତୋମାର ଯୋଗଦେବେ । ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସମେତ ରାଷ୍ଟ୍ରୀୟ ପଦାଧିକାରୀ, ସମସ୍ତ ବିଧାୟକ ଓ ସାଂସଦ, ଜିଲ୍ଲା ସଭାପତି, ସମସ୍ତ ମୋର୍ଚ୍ଚାର ସଭାପତି ମାନେ ମଧ୍ୟ ଯୋଗଦେବେ ।

Leave a Reply

Your email address will not be published.