ଜୋର ଧରିଲାଣି କଂଗ୍ରେସର ଦଳୀୟ କନ୍ଦଳ

ନୂଆଦିଲ୍ଳୀ, (ନାଗରାଜ ନ୍ୟୁଜ): ପଞ୍ଜାବ ପରେ ଛତିଶଗଡ, ଏବେ ରାଜସ୍ଥାନରେ ଆରମ୍ଭ ହେଲାଣି କଂଗ୍ରେସର ଦଳୀୟ କନ୍ଦଳ । ରାହୁଲ ଗାନ୍ଧୀଙ୍କ ସହ ରାଜସ୍ଥାନ କଂଗ୍ରେସର ବରିଷ୍ଠ ନେତା ସଚିନ ପାଇଲଟ ବୈଠକ କରିଥିଲେ । ଅଶୋକ ଗେହେଲଟ ଏବଂ ପାଇଲଟଙ୍କ ମଧ୍ୟରେ ଗତ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ସମୟରେ ମନମାଳିନ ଦେଖା ଦେଇଥିଲା । ରାଜ୍ୟର ବିଭିନ୍ନ ବୋର୍ଡ ଏବଂ ନିଗମରେ ରାଜନୈତିକ ନିଯୁକ୍ତି ବ୍ୟତୀତ ତାଙ୍କ ପ୍ରତି ବିଶ୍ୱସ୍ତ ଥିବା କିଛି ବିଧାୟକଙ୍କୁ କ୍ୟାବିନେଟରେ ଅନ୍ତର୍ଭୁକ୍ତ ହେବା ପାଇଲଟଙ୍କ ଦ୍ୱାରା ଦଳର ହାଇକମାଣ୍ଡଙ୍କ ନିକଟରେ ବାରମ୍ବାର ଦାବି କରାଯାଇଥିଲା ।

ବର୍ତ୍ତମାନ ରାଜସ୍ଥାନ ଦାୟିତ୍ୱରେ ଥିବା ଏଆଇସିସି ସାଧାରଣ ସମ୍ପାଦକ ଅଜୟ ମାକେନ୍ ରାଜ୍ୟ ଗସ୍ତରେ ଆସିଛନ୍ତି ଏବଂ ସମସ୍ତ ବିଧାୟକଙ୍କ ମତାମତ ନେଇଛନ୍ତି । କିନ୍ତୁ ମାକେନ୍ ଏକାଧିକ ପରିଦର୍ଶନ କରିବାତ୍ତ୍ୱେ କ୍ୟାବିନେଟ ସମ୍ପ୍ରସାରଣ କାର୍ୟ୍ୟ ହୋଇନାହିଁ । ସୂତ୍ରରୁ ପ୍ରକାଶ ଯେ ପାଇଲଟଙ୍କୁ ପୁନର୍ବାର ଏକ ଆଶ୍ୱାସନା ଦିଆଯାଇଛି ଯେ ଖୁବ ଶୀଘ୍ର ସମ୍ପ୍ରସାରଣ ହେବ। ଦଳର ନେତୃତ୍ୱ ନିଜକୁ ଦୃଢ କରିବା ସହ ପଞ୍ଜାବରେ ଅମରିନ୍ଦର ସିଂଙ୍କୁ ଦଳ ସହିତ ଯେଅଡି ରଖିବା ସହ ରାଜସ୍ଥାନର କଂଗ୍ରେସ ନେତାମାନେ କେନ୍ଦ୍ରୀୟ ନେତୃତ୍ୱର ଏକ ନିର୍ଣ୍ଣାୟକ ହସ୍ତକ୍ଷେପ ଆଶା କରୁଛନ୍ତି ।

Leave a Reply

Your email address will not be published.