କୁତ୍ରା ପଞ୍ଚାୟତରେ ଉଚ୍ଚ ଶିକ୍ଷିତ ସରପଞ୍ଚ ପ୍ରାର୍ଥୀ

ରାଜଗାଙ୍ଗପୁର, (ନାଗରାଜ ନ୍ୟୁଜ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ୍ ବାଜିବା ପରେ ଗାଁ ରୁ ସହର ଯାଏଁ ସବୁଆଡେ ଚଳଚଞ୍ଚଳ । କୁତ୍ରା ପଞ୍ଚାୟତରେ ମଧ୍ୟ ରଜନୀତି ସରଗରମ ଥିବାର ଦେଖିବାକୁ ମିଳିଛି । ଏହିପଞ୍ଚାୟତରେ ସମୁଦାୟ ୧୬ଟି ୱାର୍ଡ ରହିଥିବାବେଳେ ୨୧ଜଣ ନାମାଙ୍କନ ପତ୍ର କିଣିଛନ୍ତି । ସେହିପରି ସରପଞ୍ଚ ପ୍ରାର୍ଥୀ ପାଇଁ ୯ଜଣ ଫର୍ମ କିଣିଥିବା ବେଳେ ୫ଜଣ ଫର୍ମ ଦାଖଲ କରିଥିବା ଜଣାଯାଇଛି । ସବୁଠାରୁ ଚର୍ଚ୍ଚିତ ଉଚ୍ଚ ଶିକ୍ଷିତ ଯୁବ ସରପଞ୍ଚ ପ୍ରାର୍ଥୀ ଭାବେ ଭୁଗୋଳ କୁଜୁର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ଇଞ୍ଜିନିୟରିଙ୍ଗ ପାଠପଢି ମଧ୍ୟ ଚାକିରି ନକରି ଲୋକଙ୍କ ସେବା କରିବାପାଇଁ ସେ ସରପଞ୍ଚ ହେବାକୁ ମନସ୍ଥ କରିଥିବା କହିଛନ୍ତି । ତାଙ୍କର ପଲା ପଞ୍ଚାୟତ ନିର୍ବାଚନରେ ଭାରି ରହିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published.