ଆମେରିକା ଗସ୍ତରେ ଯାଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାଇପାରନ୍ତି ବୋଲି ଅନୁମାନ କରାଯାଉଛି ।କରୋନା ମହାମାରୀର ହ୍ରାସ ଘଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ଶେଷ ସୁଦ୍ଧା ଆମେରିକା ଗସ୍ତ କରିପାରିବେ । ଆମେରିକାର ଭାରତୀୟ ରାଷ୍ଟ୍ରଦୂତ ତାରାଞ୍ଜିତ ସିଂ ସାନ୍ଧୁ ଏହା ଉପରେ ସୂଚନା ଦେଇଛନ୍ତି।

ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଜି- ୭ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ବୈଠକ ପରେ ତାରାଞ୍ଜିତ ସିଂ ସାନ୍ଧୁଙ୍କ ପକ୍ଷରୁ କୁହାଯାଇଛିଯେ, ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଜୋ ବିଡେନଙ୍କ ମଧ୍ୟରେ ତିନିଥର ଆଲୋଚନା ହୋଇଛି।

ପ୍ରଧାନମନ୍ତ୍ରୀ ବିଡେନଙ୍କ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଇଥିଲେ ଓ ସେ ଆମେରିକାର ନୂତନ ସରକାରଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ତାରାଞ୍ଜିତ ସିଂ ସାନ୍ଧୁ କହିଛନ୍ତିଯେ, ମାର୍ଚ୍ଚରେ ଅନୁଷ୍ଠିତ କ୍ୱାଡ୍ ଭର୍ଚୁଆଲ୍ ବୈଠକରେ ନିଷ୍ପତ୍ତି ନିଆଯାଇଛିଯେ, ୨୦୨୧ ଶେଷ ସୁଦ୍ଧା ସମସ୍ତ ନେତା ଇନ ପର୍ସନ ମିଟିଂ କରିବେ। ସେ କହିଛନ୍ତି ଯେ ଯଦି ଭାରତ ସମେତ ବିଶ୍ୱରେ କରୋନା ସମ୍ବନ୍ଧୀୟ ସ୍ଥିତିରେ ସୁଧାର ଆସେ, ତେବେ ପିଏମ ମୋଦି ଚଳିତ ବର୍ଷ ଶେଷ ସୁଦ୍ଧା ଆମେରିକା ଗସ୍ତ କରିପାରନ୍ତି ।

ଏଥିସହିତ ଭାରତ-ଆମେରିକା ସମ୍ପର୍କ ଉପରେ ସାନ୍ଧୁ କହିଛନ୍ତିଯେ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ନିକଟରେ ଆମେରିକା ଗସ୍ତ କରିଥିଲେ, ଯେଉଁଠାରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ।

ଏହାସହିତ ଆମେରିକାର ଅନେକ ମନ୍ତ୍ରୀ ମଧ୍ୟ ଭାରତ ଗସ୍ତ କରିଛନ୍ତି, ଏପରି ପରିସ୍ଥିତିରେ ଦୁଇ ଦେଶ ମଧ୍ୟରେ ଏକ ଶକ୍ତିଶାଳୀ ସମ୍ପର୍କ ବଜାୟ ରହିଛି। ଉଭୟ ଦେଶର ନେତା ପରସ୍ପର ସହ ଯୋଗାଯୋଗରେ ଅଛନ୍ତି ଓ ଅନେକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ସାନ୍ଧୁ କହିଛନ୍ତିଯେ, ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କ ସହ ମଧ୍ୟ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କମଲା ହାରିସଙ୍କୁ ଭାରତ ଗସ୍ତ କରିବାକୁ ନିମନ୍ତ୍ରଣ କରିଥିଲେ।

ସୂଚନାଯୋଗ୍ୟ, ୨୦୨୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ସଙ୍କଟ ଯୋଗୁଁ  ପ୍ରଧାନମନ୍ତ୍ରୀ ମୋଦି କୌଣସି ବିଦେଶ ଗସ୍ତ କରିନାହାଁନ୍ତି। ତେବେ ବର୍ଷକରେ ପ୍ରଧାନମନ୍ତ୍ରୀ ମୋଦି ବାଂଲାଦେଶ ଗସ୍ତରେ ଯାଇ ବାଂଲାଦେଶ ଏହାର ସ୍ୱାଧୀନତାର ୫୦ ବର୍ଷ ପାଳନରେ ଯୋଗ ଦେଇଥିଲେ। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ବାଂଲାଦେଶ ଗସ୍ତ କରିଥିଲେ, କରୋନା ମୁଖ୍ୟତଃ ନିୟନ୍ତ୍ରଣରେ ଥିଲା ଓ ପରିସ୍ଥିତି ଭଲ ଥିଲା ।

Leave a Reply

Your email address will not be published.