କେନ୍ଦ୍ର ରେଳ ମନ୍ତ୍ରୀଙ୍କର ଜନ ଆଶୀର୍ବାଦ ଯାତ୍ରା

ଟିଟଲାଗଡ, (ନାଗରାଜ ନ୍ଯୁଜ): ଭାରତ ସରକାରଙ୍କ ରେଳ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଆଶ୍ୱିନୀ ବୈଷ୍ଣବଙ୍କ ଜନ ଆଶୀର୍ବାଦ ଯାତ୍ରା ।
ଗତକାଲି ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଠାରେ ରେଳ ମନ୍ତ୍ରୀ ଆଶ୍ୱିନୀ ବୈଷ୍ଣବ ଦୀର୍ଘ ବର୍ଷର ବ୍ୟବଧାନ ପରେ କେନ୍ଦ୍ରୀୟ ରେଳ ମନ୍ତ୍ରୀ ଆଜି ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତରେ ଆସିଥିବାରୁ ଜନ ସାଧାରଣଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।

କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବାଦ୍ୟ, ଗୀତ, ନୃତ୍ୟ ପରିବେଷଣ କରାଯାଇଥିଲା । ଏହାସହ ବହୁମାତ୍ରାରେ ଜନସମାଗମ ମଧ୍ଯ ଦେଖିବାକୁ ମିଳିଥିଲା । ପ୍ରଥମେ ସେ ଟିଟିଲାଗଡ଼ ଠାରେ ପହଞ୍ଚିଥିଲେ । ଏହାପରେ ଟିଟିଲାଗଡ଼ ର ଅନ୍ୟ ଏକ ପରିଚୟ ଏହାର ରେଳ ଜଙ୍କସନକୁ ନେଇ କହିଲେ ଅତ୍ୟୁକ୍ତି ହେବନାହିଁ ତେବେ ଏହି ପରିପେକ୍ଷିରେ ଟିଟିଲାଗଡ଼ ରେଳ ବିଭାଗ ଚଳଚଞ୍ଚଳ ହୋଇଥିଲା ।

ତେବେ ଟିଟିଲାଗଡ଼ର ବିଭିନ୍ନ ଯଥାର୍ଥ ଦାବିକୁ ନେଇ ରେଳ ମନ୍ତ୍ରୀଙ୍କୁ କିଛି ସାମାଜିକ ସଂଗଠନ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଥିଲା । ଡିଏଭି ସ୍ୱୟଂ ଶାସିତ ମହା ବଦ୍ୟାଳୟ ଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସାରି ମୁରିବାହାଲରୁ କଣ୍ଟାବାଞ୍ଜି ବ୍ଲକ ଅଭିମୁଖେ ଯାତ୍ରା କରିଥିଲେ ।

ଟିଟଲାଗଡରୁ ସୁବାଷ ମାଝୀଙ୍କ ରିପୋର୍ଟ ନାଗରାଜ ନ୍ଯୁଜ

Leave a Reply

Your email address will not be published.