ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ହକି ଇଣ୍ଡିଆର ଖେଳାଳିମାନେ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରି ଇତିହାସ ରଚିଛନ୍ତି । ଗୁରୁବାର ଭାରତ କାଂସ୍ୟ ପଦକ ସ୍ୱପ୍ନ ପୂରା କରିଛି । ଏଥିସହିତ ଭାରତ ୪୧ ବର୍ଷର ସ୍ୱପ୍ନକୁ ମଧ୍ୟ ପୂରା କରିଛି । ଜର୍ମାନୀ ପ୍ରଥମ ଓ ୨ୟ କ୍ୱାର୍ଟରେ ଆକ୍ରମଣାତ୍ମକ ଭାବେ ଖେଳିଥିଲା । ମ୍ୟାଚ ଆରମ୍ଭ ହେବାର ୨ ମିନିଟରେ ପ୍ରଥମ ଗୋଲ ଦେଇଥିଲା । ଭାରତ ପକ୍ଷରୁ ସିମରନଜୀତ ପ୍ରଥମ ଗୋଲ ଦେଇଥିଲେ । ଭାରତ ପାଇଁ ହାର୍ଦ୍ଦିକ ସିଂହ ୨ୟ ଗୋଲ ଦେଇଥିଲେ । ହରମନପ୍ରୀତ ୩ୟ ଗୋଲ ମାରିଥିଲେ । ଜର୍ମାନୀ ପ୍ରଥମ ହାପରେ ଅଳ୍ପ ସମୟ ମଧ୍ୟରେ ୨ଟି ଗୋଲ ଦେଇଥିଲା ଜର୍ମାନୀ । କିନ୍ତୁ ମ୍ୟାଚର ୬ ମିନିଟ ବେଳକୁ ଭାରତ ସତର୍କତାର ସହିତ ଖେଳିଥିଲା । ଭାରତକୁ ୫ମ ମିନିଟରେ ପେନାଲ୍ଟି କର୍ଣ୍ଣର ମିଳିଥିଲା । କିନ୍ତୁ ହରମନପ୍ରୀତ ସିଂହ ସୁଯୋଗ ହାତଛଡ଼ା କରିଥିଲେ । 

ଆଜି ହକି ଇଣ୍ଡିଆର ଖେଳାଳିମାନେ ୧୩୦ କୋଟି ଭାରତୀୟମାନଙ୍କର ହୃଦୟ ଜିତିଛନ୍ତି । ୩ୟ କ୍ୱାର୍ଟର ସୁଦ୍ଧା ଭାରତ ୫-୩ରେ ଅଗ୍ରଣୀ ଥିଲା । ଚତୁର୍ଥ କ୍ୱାର୍ଟରେ ଜର୍ମାନୀ ପୁଣି ଏକ ଗୋଲ ଦେଇଥିଲା । କିନ୍ତୁ ହାପ୍ କ୍ୱାର୍ଟର ବେଳକୁ ଭାରତ ଓ ଜର୍ମାନୀର ସ୍ଥିତି ୩-୩ ଥିଲା । ସୂଚନାଯୋଗ୍ୟ, ଭାରତୀୟ ପୁରୁଷ ହକି ଟିମ୍ ଆଜି ଇତିହାସ ରଚିବା ଲକ୍ଷ୍ୟରେ ଟର୍ଫକୁ ଓହ୍ଲାଇଥିଲା । ଭାରତ କାଂସ୍ୟ ପଦକ ପାଇଁ ଜର୍ମାନୀ ସହିତ ମ୍ୟାଚ ଖେଳଥିଲା । ଭାରତୀୟ ପୁରୁଷ ଟିମ୍ ଏହି ମ୍ୟାଚ ଜିତି ୧୯୮୦ ମସିହା ପରେ ଅଲିମ୍ପିକ୍ସରେ ନିଜ ନାଁରେ ପଦକ କରିପାରିଛି । ଜର୍ମାନୀର ଟିମ ରିଓ ଅଲିମ୍ପିକ୍ସ-୨୦୧୬ରେ କାଂସ୍ୟ ପଦକ ଜିତିଥିଲା । ତେଣୁ ୟୁରୋପୀୟ ଟିମ୍ ବିପକ୍ଷରେ ଭାରତକୁ ନିଜର ଡିଫେନ୍ସ ମଜବୁତ କରିବାକୁ ପଡ଼ିଥିଲା ।

Leave a Reply

Your email address will not be published.