ବାଙ୍କୀରେ ଉଦଘାଟିତ ହେଲା ସବୁଜ ଉଦ୍ୟାନ

ବାଙ୍କୀ: ବାଙ୍କୀ ଜାତମୁଣ୍ଡିଆ ଗୋଲେଇ ଛକ ଠାରେ ଆଇ ଲଭ ବାଙ୍କୀ ଲେଖାଥିବା ସବୁଜ ଉଦ୍ୟାନକୁ ଉଦଘାଟନ କରିଛନ୍ତି ସ୍ଥାନୀୟ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ । ଓଡିଶା ରାଜ୍ୟ ମଧ୍ୟରେ ବାଙ୍କୀକୁ ଭଲପାଇବାର ସ୍ଥାନ ହେଉଛି ସ୍ୱତନ୍ତ୍ର । ଏଠି ମା ଚର୍ଚିକଙ୍କ ପୀଠ ରହିଛି, ମଧୁର ଜଳର ହ୍ରଦ ଅଂଶୁପା ରହିଛି, ସବୁଜ ସୁନ୍ଦରଭରା ଡମପଡା ଜଙ୍ଗଲ ରହିବା ସହ ରାଜରାଜୁଡା ଅମଳର ବହୁ କିମ୍ବଦନ୍ତୀ ଆଦି ରହିଛି ।

ଏଥିପାଇଁ ବାଙ୍କୀ ହେଉଛି ସ୍ୱତନ୍ତ୍ର ଓ ଅନନ୍ୟ।ଏସବୁ ରହିଥିବା ଯୋଗୁଁ ବାଙ୍କୀ ହେଉଛି ସବୁଜ ସରସ ସୁନ୍ଦର । ସରକାରଙ୍କ ଓଡିଶାର କୋଣ ଅନୁକୋଣକୁ ଭଲ ପାଇବାର ଯେଉଁ ପ୍ରୟାସ ଜାରିରହିଛି ସେଥି ମଧ୍ୟରୁ ବାଙ୍କୀର ସ୍ଥାନ ସ୍ୱତନ୍ତ୍ର । ଏହି ଅବସରରେ ବାଙ୍କୀର ବହୁ ବୁଦ୍ଧିଜୀବୀ ସ୍ଥାନୀୟ ସରପଞ୍ଚ ଜିଲାପରିସଦ ଉପସ୍ଥିତ ରହିଥିଲେ ।ଏଥିସହ ଉଦ୍ଘାଟନ ସମୟରେ ସମସ୍ତ କୋଭିଡ ନିୟମ ପାଳନ କରାଯାଇ ଉକ୍ତ ଫଳଜ ଉଦ୍ଘାଟିତ ହୋଇଛି ।

Leave a Reply

Your email address will not be published.