ଆସନ୍ତାବର୍ଷ ଏପ୍ରିଲ ୨ରୁ ଆରମ୍ଭ ଆଇପିଲଏ ୨୦୨୨, ଭାଗ ନେବେ ଏହି ଟିମ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଆଇପିଏଲ ୨୦୨୨ ଆସନ୍ତାବର୍ଷ ୧୦ଟି ଟିମ ସହିତ ଖେଳାଯିବ । ଆଇପିଏଲରେ ୧୦ଟି ଟିମ ଅଂଶଗ୍ରହଣ କରିବେ । ୭୪ଟି ମ୍ୟାଚ୍‌ ହେବ । ଆସନ୍ତା ଏପ୍ରିଲ ୨ ତାରିଖ ଠାରୁ ଆଇପିଏଲ ଆରମ୍ଭ ହୋଇପାରେ । ଜୁନ ପ୍ରଥମ ସପ୍ତାହରେ ଫାଇନାଲ ମ୍ୟାଚ ଖେଳାଯିବ । ଅର୍ଥାତ ଜୁନ ୪ ଅଥବା ୫ ତାରିଖରେ ଫାଇନାଲ ମ୍ୟାଚ ଖେଳାଯାଇପାରେ । ୱେବସାଇଟ କ୍ରିକବଜ ଅନୁସାରେ ବିସିସିଆଇରେ ମଧ୍ୟ ଏହାକୁ ସ୍ବୀକାର କରିଛି ଯେ, ଆଇପିଏଲ-୨୦୨୨ ପୂର୍ବାପେକ୍ଷା ଅଧିକ ଦିନ ଖେଳାଯିବ ।

ଆଇପିଏଲରେ ଅଂଶଗ୍ରହଣ କରିବାକୁ ଯାଉଥିବା ୧୦ଟି ଟିମ ଲିଗ ପର୍ଯ୍ୟାୟରେ ୧୪-୧୪ ମ୍ୟାଚ ଖେଳିବେ । ଏଥିରୁ ୭ଟି ଟିମ ନିଜ ଗ୍ରାଉଣ୍ଡରେ ଖେଳିବେ ଏବଂ ବାକି ୭ଟି ମ୍ୟାଚ ବିରୋଧୀ ଦଳର ପଡ଼ିଆରେ ମୁକାବିଲା କରିବେ । ତେବେ ବିସିସିଆଇ ବିଧିବଦ୍ଧ ଭାବେ ଆଇପିଏଲ-୨୦୨୨ ପାଇଁ କ୍ରୀଡ଼ା ସୂଚୀ ଜାରି କରିନାହିଁ । କାରଣ ପରିସ୍ଥିତି ଠିକ ଥିଲେ ଆଗାମୀ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଭାରତରେ ଆୟୋଜନ କରାଯିବ। ବିସିସିଆଇ ସଚିବ ଜୟ ଶାହ ନିକଟରେ ଏହି ସୂଚନା ଦେଇଛନ୍ତି । କରୋନା ସଂକ୍ରମଣ ଯୋଗୁଁ ବିଗତ ୨ଟି ଆଇପିଏଲ ୟୁଏଇରେ ଅନୁଷ୍ଠିତ ହୋଇଛି ।

Leave a Reply

Your email address will not be published.