ସାହାର୍ଯ୍ୟର ହାତ‌ ବଢାଇଲେ ସମାଜସେବୀ

ଢେଙ୍କାନାଳ, (ସୌମ୍ୟ ରଞ୍ଜନ ମହାନ୍ତି): ନା ଅଛି ଆଧାର କାର୍ଡ, ନା ଅଛି ରାସନ କାର୍ଡ, ନା ଅଛି ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ଘର । ପତ୍ର କୁଡିଆରେ ବିତୁଛି ଜୀବନ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମ ପଂଚାୟତ ଅଧିନସ୍ଥ ମହୁଲଖୋଳି ଗ୍ରାମରେ । ଏହି ଗ୍ରାମର ଅନୁସୂଚିତ ଜନଜାତିର ସାତଗୋଟି ପରିବାରର ପ୍ରାୟ ୨୫ରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ବିତୁଛି ତାଳ ପତ୍ର କୁଡ଼ିଆରେ ।

ବାରମ୍ବାର ଅଭିଯୋଗ ସତ୍ତ୍ଵେ ପ୍ରଶାସନ ସାଜିଛି ନିରବ ଦ୍ରଷ୍ଟା । ଏହି ସମୟରେ ସହଯୋଗର ହାତ ବଢ଼ାଇଛନ୍ତି ଉକ୍ତ ଗ୍ରାମ ର ହୃଦାନନ୍ଦ ପରିଡା ନାମକ ଜଣେ ସମାଜସେବୀ । ସେମାନଙ୍କୁ ଶୁଖିଲା ଖାଦ୍ୟ ଦେବା ସହ ସେମାନଙ୍କ ରାସନ କାର୍ଡ ଏବଂ ଆଧାର କାର୍ଡ ପାଇଁ ବ୍ୟକ୍ତିଗତ ଭାବେ ସମ୍ପୃକ୍ତ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ୍ୟ କରିଥିଲେ । ତେବେ ପ୍ରଶାସନ ଗଭୀର ନିଦ୍ରା କେବେ ଭାଙ୍ଗୁଛି ଏବଂ ଏହିଭଳି ଗରିବ ହିତାଧିକାରୀ ମାନଙ୍କୁ କେବେ ନ୍ୟାୟ ମିଳୁଛି ତାହା ଦେଖିବାକୁ ବାକିରହିଲା ।

Leave a Reply

Your email address will not be published.