ଭାରତରେ ୧୮.୫୮ ଲକ୍ଷ ହ୍ୱାଟ୍ସଆପ୍‌ ଆକାଉଣ୍ଟ ବ୍ୟାନ୍

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ମୋବାଇଲ୍ ମେସେଜିଂ ଆପ୍‌ ହ୍ୱାଟ୍ସଆପ୍‌ ଏବେ ୟୁଜର୍ସଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ । ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ହ୍ୱାଟ୍ସଆପ୍‌ । ଜାନୁଆରୀ ମାସରେ ୧୮.୫୮ ଲକ୍ଷ ଭାରତୀୟ ହ୍ୱାଟ୍ସଆପ୍‌ ବ୍ୟବହାରକାରୀଙ୍କ ବିରୋଧରେ ପ୍ରତିବନ୍ଧକ ଲଗାଇଛି । ୪୯୫ଟି ଭାରତୀୟ ଆକାଉଣ୍ଟ ବିରୁଦ୍ଧରେ ଅଭିଯୋଗ ଗ୍ରହଣ କରିଛି, ଯାହା ୨୮୫ଆକାଉଣ୍ଟକୁ ପ୍ରତିବନ୍ଧକ ଲଗାଇବା ନେଇ ଅପିଲ୍‌ କରିଛି । ସେମାନଙ୍କ ମଧ୍ୟରୁ୨୪ ଜଣଙ୍କୁ ପ୍ରତିବନ୍ଧକ କରାଯାଇଛି । ହ୍ୱାଟ୍ସଆପ୍‌ ଦ୍ୱାରା ଯେଉଁ ସବୁ ଆକାଉଣ୍ଟରେ ପ୍ରତିବନ୍ଧକ ଲଗାଯାଇଛି । ତାହାର ତଥ୍ୟ ମଧ୍ୟ ସେୟାର କରାଯାଇଛି । କମ୍ପାନୀର ୧୦ଅଙ୍କ ବିଶିଷ୍ଟ ମୋବାଇଲ୍ ନମ୍ବର ପୂର୍ବରୁ +୯୧ ର ଆଇଏସଡି କୋଡ୍ ମାଧ୍ୟମରେ ଭାରତୀୟ ଆକାଉଣ୍ଟଗୁଡିକ ଚିହ୍ନଟ କରାଯାଇଥାଏ । ଅକ୍ଟୋବର ୨୦୨୧ ରେ ହ୍ବାଟ୍ସଆପ୍‌ ମେସେଜିଂ ଆପ୍‌ ଦୁଇ ଲକ୍ଷରୁ ଅଧିକ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଥିଲା। ମେଟା ମାଲିକାନା ରିପୋର୍ଟ କରିଛି ଯେ ନୂତନ ଆଇଟି ନିୟମ ୨୦୨୧ ଅନୁଯାୟୀ ଅକ୍ଟୋବରରେ ଏହା ଭାରତରେ ଦୁଇ ଲକ୍ଷରୁ ଅଧିକ ଆକାଉଣ୍ଟକୁ ନିଷିଦ୍ଧ କରିଛି। ହ୍ବାଟ୍ସଆପ୍‌ ମଧ୍ୟ ସେହି ମାସରେ ୫୦୦ ଟି ଅଭିଯୋଗ ଗ୍ରହଣ କରିଥିଲା ଏବଂ ସେଥିମଧ୍ୟରୁ କେବଳ ୧୮ଟିରେ କାର୍ୟ୍ୟ କରାଯାଇଥିଲା ।

ହ୍ବାଟ୍ସଆପ୍‌ ମୁଖପାତ୍ରଙ୍କ ତରଫରୁ କୁହାଯାଇଛି ଯେ ଅକ୍ଟୋବର ମାସରେ ହ୍ବାଟ୍ସଆପ୍‌ ୨୦ଲକ୍ଷରୁ ଅଧିକ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି ବୋଲି ମାସିକ ରିପୋର୍ଟରେ ଏହା ରେକର୍ଡ କରାଯାଇଛି । ଭାରତରେ ହ୍ବାଟ୍ସଆପ୍‌ ରେ ୪୦୦ ମିଲିୟନ୍ ୟୁଜର୍ସ ଅଛନ୍ତି। ସେଥିମଧ୍ୟରୁ ଏପର୍ୟ୍ୟନ୍ତ ୨୧ କୋଟିରୁ ଅଧିକ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି। ଏହା ବ୍ୟତୀତ ଲୋକପ୍ରିୟ ମେସେଜିଂ ଆପ୍ ହ୍ବାଟ୍ସଆପ୍‌ ତାର ୟୁଜର୍ସଙ୍କ ପାଇଁ ପ୍ରତିଦିନ ନୂଆ ଫିଚର୍ସ ଏବଂ ଅପଡେଟ୍ ଆଣିଥାଏ । ଏଥି ସହିତ କମ୍ପାନୀ ମଧ୍ୟ ସୁରକ୍ଷା ଉପରେ ଧ୍ୟାନ ଦେଇଥାଏ, ଯାହା ଦ୍ୱାରା ୟୁଜର୍ସମାନଙ୍କର ତଥ୍ୟ ଏବଂ ବ୍ୟକ୍ତିଗତ ସୂଚନା ଯେପରି ଭାବରେ ସୁରକ୍ଷିତ ରହିବ।

Leave a Reply

Your email address will not be published.