ତାମିଲନାଡୁ ଭେଲ୍ଲୋରରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୬

ଚେନ୍ନାଇ, (ନାଗରାଜ ନ୍ୟୁଜ ): ଆଜି ସକାଳୁ ତାମିଲନାଡୁରେ ଭେଲ୍ଲୋରରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲ ଅନୁଯାୟୀ ୩.୬ ଥିବା ଜଣାଯାଇଛି । ସୂଚନା ଅନୁସାରେ ଆଜି ଭୋର ୪ଟା ୧୭ ମିନିଟରେ ରିକ୍ଟର ସ୍କେଲରେ ୩.୬ର ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳୀ ଭେଲ୍ଲୋର ଠାରୁ ୫୯କିଲୋମିଟର ଦୂରରେ ଥିଲା ବୋଲି ଜଣାପଡ଼ିଛି । ତେବେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

Leave a Reply

Your email address will not be published.