ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଏଫବିଆଇର ଚଢ଼ାଉ

ୱାଶିଂଟନ୍‌,(ନାଗରାଜ ନ୍ୟୁଜ): ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡାସ୍ଥିତ ମାର-ଏ-ଲାଗୋ ରିସର୍ଟ ଉପରେ ଏଫବିଆଇ ଚଢଉ କରିଛି । ଡୋନାଲ୍ଡ ଟ୍ରମ୍ପ ନିଜେ ଏବାବଦରେ ଟୁଇଟ୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପାମ୍ ବିଚ୍‌ସ୍ଥିତ ମାର-ଏ-ଲାଗୋ ଉପରେ ଏଫବିଆଇର ଅଧିକାରୀମାନେ ଚଢ଼ଉ କରିଛନ୍ତି ଏବଂ ଏହାକୁ ଜବତ କରିଦେଇଛନ୍ତି । କୁହାଯାଉଛି ଯେ, ଏଫବିଆଇର ଏହି ଚଢ଼ଉ ଉପରାଷ୍ଟ୍ରପତିଙ୍କ କାଗଜପତ୍ର ଖୋଜୁଛନ୍ତି, ଯାହାକୁ ଟ୍ରମ୍ପ ହ୍ୱାଇଟ୍‌ହାଉସ ଛାଡ଼ିବା ପରେ ଫ୍ଲୋରିଡା ନେଇଯାଇଥିବା ସଂଦେହ କରାଯାଉଛି ।

ଟ୍ରମ୍ପ କହିଛନ୍ତି ଯେ, ତାଙ୍କର ଫ୍ଲୋରିଡାସ୍ଥିତ ସୌନ୍ଦର୍ଯ୍ୟପୂର୍ଣ୍ଣ ପାମ ବିଚ୍ ଘର ଉପରେ ଏଫବିଆଇର ଚଢ଼ଉ ହୋଇଛି । ଏହାକୁ ଅଧିକାରୀଙ୍କ ଦ୍ୱାରା ଜବତ କରାଯାଇଛି । କୁହାଯାଉଛି ଯେ, ଯେତେବେଳେ ଏଫବିଆଇର ଚଢ଼ଉ ହୋଇଥିଲା, ସେହି ସମୟରେ ଟ୍ରମ୍ପ ଘରେ ଉପସ୍ଥିତ ନ ଥିଲେ । ତେବେ ଟ୍ରମ୍ପ କହିଛନ୍ତି ଯେ, ଏହା ଆମ ପାଇଁ କଳା ଦିନ ଆରମ୍ଭ ହୋଇଯାଇଛି । ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ସହିତ ଏଭଳି କେବେ ହୋଇ ନ ଥିଲା । ତଦନ୍ତ ସଂସ୍ଥା ସହିତ ସହଯୋଗ ପରେ ବି ଚଢ଼ଉ କରାଯାଇଛି । ଶାସକ ଦଳ ହଇରାଣ କରିବାକୁ ଚାହୁଁଛନ୍ତି । ସେମାନେ ଚାହୁଁଛନ୍ତି ଯେ, ମୁଁ ଯେପରିକି ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଅବତୀର୍ଣ୍ଣ ନ ହୁଏ ।

Leave a Reply

Your email address will not be published.