କାହିଁକି ରୁହନ୍ତି ଭଡା ଘରେ ରୁହନ୍ତି ଏଲୋନ୍ ମସ୍କ, ଜାଣନ୍ତୁ କାରଣ

ନୂଆଦିଲ୍ଳୀ,(ନାଗରାଜ ନ୍ୟୁଜ) : ଏଲୋନ୍ ମସ୍କ, ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି । ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହରେ ମାନବ ବସତି ସ୍ଥାପନ କରିବାର ସ୍ୱପ୍ନ ଦେଖୁଥିବା ଏଲୋନ୍ ମସ୍କ ଯାହା ଚାହାଁନ୍ତି ତାହା କିଣି ପାରିବେ । କିନ୍ତୁ ଆଶ୍ଚର୍ୟ୍ୟଜନକ ବିଷୟଯେ, ଏଲୋନ ମସ୍କଙ୍କ ରହିବା ପାଇଁ ଘର ନାହିଁ । ସେ ତାଙ୍କ ସାଙ୍ଗଙ୍କ ଘରେ ରୁହନ୍ତି । ଯାହାର ଖୁଲାସ ଏଲୋନ ମସ୍କ ନିଜେ କରିଛନ୍ତି । ଏକ ସାକ୍ଷାତକାରରେ ଏଲୋନ ମସ୍କ କହିଛନ୍ତି ମୋର ବର୍ତ୍ତମାନ ସୁଦ୍ଧା କୌଣସି ଘର ନାହିଁ । ମୁଁ ମୋର ସାଙ୍ଗଙ୍କ ଘରେ ରୁହେ । ମୁଁ ମୋର କାର୍ଯ୍ୟକୁ ସର୍ବଦା ପ୍ରଥମିକତା ଦିଏ । ଛୁଟିରେ କୌଣସି ସ୍ଥାନକୁ ମୁଁ ଯାଏନାହିଁ । ଯଦି କାମ ପାଇଁ ମୋତେ କେଉଁ ସ୍ଥାନକୁ ଯାତ୍ରା କରିବାକୁ ପଡେ଼ । ତେବେ ସେଠାରେ ଟେସଲାର ଅଧିକାଂଶ ଇଞ୍ଜିନିୟର ଅଛନ୍ତି । ମୁଁ ଭାଗ କରି ସମସ୍ତିଙ୍କ ଘରେ ରହିଯାଏ । ବିଶ୍ୱର ସବୁଠାରୁ ଧନୀ ଏଲୋନ ମସ୍କଙ୍କର ପର୍ସନାଲ ଜେଟ୍ ନାହିଁ । ସେ ବିମାନରେ ଯାତ୍ରା କରନ୍ତି । କାରଣ କମ୍ ସମୟରେ ଯିବା ଆସିବା ପାଇଁ ସେ ବିମାନରେ ଯାତ୍ରା କରୁଥିବା କହିଛନ୍ତି । ନିକଟରେ ମିଳିଥିବା ଏକ ରିପୋର୍ଟ ଅନୁସାରେ ମସ୍କ ତାଙ୍କ ପାଖରେ ଥିବା ଘରକୁ ବିକି ଭଡା ଘରେ ରହୁଥିବାର ସୂଚନା ମିଳିଥିଲା । ସ୍ପେସ୍‌ ଏକ୍ସରେ ସେ ଭଡା ଘର ନେଇ ରହୁଥିଲେ । ଏହା ପଛର କାରଣ ମସ୍କ ନିଜ ଦୈନନ୍ଦିନ ଜିବନରେ କୋଟି କୋଟି ଖର୍ଚ୍ଚ କରିବାକୁ ଚାହାଁନ୍ତି ନାହିଁ । ଯେଉଁଥିପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି।

Leave a Reply

Your email address will not be published.