ଶ୍ରୀନଗରରେ ପୁଲିସ ବସ ଉପରେ ଆକ୍ରମଣ ଘଟଣା, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି, ଆତଙ୍କିକୁ ନିପାତ କଲା ସେନା

ଶ୍ରୀନଗର, (ନାଗରାଜ ନ୍ୟୁଜ): ଶ୍ରୀନଗରରେ ପୋଲିସ ବସ୍‌ରେ ହୋଇଥିବା ଆକ୍ରମଣରେ ମୃତ୍ୟୁ ସଂଖ୍ୟା ତିନିରେ ପହଞ୍ଚିଛି । କନଷ୍ଟେବଳ ରମିଜ ଅହମ୍ମଦ ମଙ୍ଗଳବାର ଦିନ ଶ୍ରୀନଗରର ଆର୍ମି ୯୨ ବେସ ହସ୍ପିଟାଲରେ ଚିକିତ୍ସା ସମୟରେ ମୃତ୍ୟୁ ବରଣ କରିଛନ୍ତି ବୋଲି ପୁଲିସ କହିଛି। ସୋମବାର ଦିନ ଶ୍ରୀନଗରର ଏକ ଉଚ୍ଚ ଦୁର୍ଗରେ ଆତଙ୍କବାଦିମାନେ ପୋଲିସ୍ ବସ୍ ଉପରେ ଆକ୍ରମଣ କରିବା ପରେ ଗୁଲାମ ହାସନ (ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର) ଏବଂ କନଷ୍ଟେବଳ ଶାଫିକ୍ ଅଲିଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ପୋଲିସ କହିଛି ଯେ ଏହି ଆକ୍ରମଣ ଜୈଶ-ଏ-ମହମ୍ମଦ (ଜେଏମ) ର ଏକ ଗୋଷ୍ଠି ଦ୍ୱାରା କରାଯାଇଛି। ତେବେ ଏହି ଆକ୍ରମଣ ପରେ ସେନା ଆକ୍ସନ ମୋଡରେ ଆସିଛି । ପୁଞ୍ଚ ଅଞ୍ଚଳରେ ଜଣେ ଆତଙ୍କବଦୀକୁ ନିହତ କରିଥିବା ସୂଚନା ଦେଇଛି ସେନା । ଆତଙ୍କି ପାଖରୁ ଏକ ଏକେ-୪୭ ବନ୍ଧୁକ ଉଦ୍ଧାର କରାଯାଇଥିବା ମଧ୍ୟ ସୂଚନା ମିଳିଛି । ଗତକାଲି ଆକ୍ରମଣ ହୋଇଥିବା ଅଞ୍ଚଳରେ ଜାମ୍ମୁ କାଶ୍ମୀର ପୋଲିସର ସଶସ୍ତ୍ର ୱିଙ୍ଗ କମ୍ପ୍ଲେକ୍ସ, ଅନେକ ସଶସ୍ତ୍ର ପୋଲିସ ବାଟାଲିୟନର କ୍ୟାମ୍ପ ଅଛି । ଏଥିରେ ସିଆରପିଏଫର ସେକ୍ଟର ମୁଖ୍ୟାଳୟ ଏବଂ ଆଇଟିବିପିର ଷ୍ଟେସନ ହେଡକ୍ୱାର୍ଟର ମଧ୍ୟ ଅଛି । ଅଗଷ୍ଟ ୨୦୧୯ ରେ ପୁଲୱାମା କାର ବିସ୍ଫୋରଣ ପରେ ଉପତ୍ୟକାରେ ସୁରକ୍ଷା ବାହିନୀ ଉପରେ ଏହା ପ୍ରଥମ ପ୍ରମୁଖ ଆକ୍ରମଣ ।

Leave a Reply

Your email address will not be published.