ଆରମ୍ଭ ହେଲା ୨୦୨୦ ଗ୍ରୀଷ୍ମ ପାରା ଅଲମ୍ପିକ୍ସ

ଟୋକିଓ, (ନଗରାଜ ନ୍ୟୁଜ): ଜାପାନର ସମ୍ରାଟ ନାରୁହିତୋଙ୍କ ଦ୍ୱାରା ଆଜି ଏହା ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଛି ୨୦୨୦ ଗ୍ରୀଷ୍ମ ପାରା ଅଲମ୍ପିକ୍ସ ।ଜାପାନରେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ଆରମ୍ଭ ହୋଇଥିବା ୧୬୨ଦେଶର ୪,୪୦୦ କେଳାଳୀ ଏଥିରେ ଅଶଂ ଗ୍ରହଣ କରି ନିଜ ଦେଶ ପାଇଁ ପଦକ ଜିତି ଇତିହାସ ରଚିବାକୁ ଆଶା ବାନ୍ଧିଛନ୍ତି । ତେବେ ଦେଶରେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ବିନା ଦର୍ଶକରେ ପ୍ରତିଯୋଗିତା ଚାଲିବ ।

ତେବେ ବିଶେଷଜ୍ଞ ମାନେ କହିଛନ୍ତିଯେ, ଦେଶରେ ଅଲମ୍ପିକ୍ସ ପରେ ପରେ ବଢିଥିବା କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଆୟୋଜକମାନେ ନେଇଥିବା ବିଭିନ୍ନ ସଚେତନ ମୁଳକ ପଦକ୍ଷେପ ଅଲମ୍ପିକ୍ସ ଗ୍ରାମରେ କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇନଥିଲା । ଏଥି ପାଇଁ ବିଶେଷଜ୍ଞ ମାନେ କହିଛନ୍ତ ଖେଳାଳୀ ମାନଙ୍କରେ ଦୈନିକ ଭିତ୍ତିରେ ଟେଷ୍ଟିଂ ସହିତ ମାସ୍କ ପିନ୍ଧିବା ବାଧ୍ୟତାମୁଳକ କରିବାକୁ ପରାମର୍ଶ ଦେଇଛନ୍ତି ।

ଉଦ୍‌ଘାଟନୀ ସମାରୋହରେ ଭାରତର ପତାକା ଧରିବାକୁ ଥିବା ମାରିଆପାନ୍ ଥାଙ୍ଗାଭେଲୁ ଟୋକିଓ ଅଭିମୁଖେ ଯାତ୍ରା ସମୟରେ କୋଭିଡ-୧୯ର ସଂସ୍ପର୍ଶରେ ଆସିବା ପରେ କ୍ୱାରେଣ୍ଟାଇନରେ ରହିବେ । ତେବେ ଆଜିର ଉଦଘାଟନୀ ସମାରୋହରେ ଏସୀୟ ସ୍ୱର୍ଣ୍ଣ ପଦକ ବିଜେତା ଟେକ୍ଚାନ୍ଦ ନୂତନ ପତାକା ଧରିବେ । ପୂର୍ବରୁ ପୁର୍ବରୁ ମିଳିଥିବା ସୂଚନା ଅନୁଯାୟୀ ୨୦୨୦ ଗ୍ରୀଷ୍ମ ପାରାଲିମ୍ପିକ୍ସର ଉଦଘାଟନୀ ସମାରୋହରେ ୬ ଜଣ ଅଧିକାରୀ, ପାଞ୍ଚ ଜଣ ପାରା-ଆଥଲେଟ୍ ଏବଂ ୬ଜଣ ଅଧିକାରୀଙ୍କୁ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯାଇଥିଲା।

ଗତ ଚାରୋଟି ପାରା ଅଲମ୍ପିକ୍ସ ପରି ଚଳିତ ଥର ମଧ୍ୟ ଚାଇନା ପଦକ ତାଲିକାରେ ଆଗରେ ରହିବାକୁ ଆଶା ରଖିଛି । ତେବେ ଆୟୋଜକ ଜାପାନ ଦୃଢ ୨୫୪ ଟିମ୍ ସହିତ ପଦକ ତାଲିକାରେ ନିଜର ଦବ୍‌ଦବା ଜାହିର କରିବାକୁ ଚେଷ୍ଟା କରିବ । କରୋନା କାରଣରୁ ବହୁ ଦ୍ୱନ୍ଦ ମଧ୍ୟରେ ଅଲମ୍ପିକ୍ସକୁ ଦୀର୍ଘ ଗୋଟି ବର୍ଷ ଘୁଞ୍ଚାଇବା ପରେ ଜାପାନ ବାସିଙ୍କ ଜନମତ ସହିତ ସମର ଅଲମ୍ପିକ୍ସ ଅଳ୍ପ କିଛି ଦର୍ଶକଙ୍କୁ ନେଇ ଆରମ୍ଭ ହୋଇଥିବା ବେଲେ ପାରା ଅଲମ୍ପିକ୍ସ ସମୟରେ ଜାପାନରେ ଦୈନିକ ୨୫ ହଜାରରୁ ଉର୍ଦ୍ଧ ସଂକ୍ରମଣ ଚିହ୍ନଟ ହେଉଥିବା ବେଳେ ବିନା ଦର୍ଶକରେ ପାରା ଅଲମ୍ପିକ୍ସ ଚାଲିବ । 

Leave a Reply

Your email address will not be published.