ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାରକୁ ଅପେକ୍ଷା କରିଛି ତାଲିବାନ

କାବୁଲ: ପୂରା ଆଫଗାନିସ୍ତାନରେ ତାଲିବାନ ନାଁର ଭୟର ବାତାବରଣ ଖେଳିଥିବାବେଳେ ଅଗଷ୍ଟ ୩୧ ତାରିଖ ପୂର୍ବରୁ ତାଲିବାନ ଆଫଗାନିସ୍ତାନରେ ସରକାର ଗଠନ କରିବା ସମ୍ଭବ ହେବନାହିଁ । ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆମେରିକାର ସୈନ୍ୟ ପ୍ରତ୍ୟାହାର ହେବା ପରେ ତାଲିବାନ ସରକାର ଗଢ଼ିବ । ଯେହେତୁ ତାଲିବାନ ଓ ଆମେରିକା ମଧ୍ୟରେ ପୂର୍ବରୁ ହୋଇଥିବା ଚୁକ୍ତିରେ ଏହା ଉଲ୍ଲେଖ ରହିଥିଲା ।

ରାଷ୍ଟ୍ରପତି ଅସରଫ ଘନି ଦେଶଛାଡି ଚାଲିଯିବା ପରେ ଅଗଷ୍ଟ ୧୫ରେ ତାଲିବାନ କାବୁଲ କବ୍‌ଜା କରିଥିଲେ । ସେବେଠାରୁ ସରକାର ଗଠନ ଲାଗି ବିଭିନ୍ନ ପକ୍ଷଙ୍କ ସହିତ ଆଲୋଚନା ଜାରି ରହିଛି । ତାଲିବାନ ନେତୃତ୍ୱାଧୀନ ମଧ୍ୟସ୍ଥତାକାରୀ ଅନସ ହକାନି କହିଛନ୍ତିଯେ, ଆମେରିକା ସୈନ୍ୟ ଦେଶ ଛାଡି ଚାଲିଯିବା ପରେ ସରକାର ଗଠନ ଚୂଡାନ୍ତ ହେବ । ନୀତିଗତ ଆଧାରରେ ତାଲିବାନ ସରକାର କୋହଳ ହେବ ବୋଲି କୁହାଯାଇଥିଲେ ମଧ୍ୟ ତାଲିବାନ ତାର କ୍ରୁର ରୂପ ଦେଖାଇସାରିଲାଣି ।

Leave a Reply

Your email address will not be published.