ତାଲିବାନ‌ ଅଧିନରେ ନାହିଁ ଆଫଗାନିସ୍ତାନର ୩ଟି ଜିଲ୍ଲା

କାବୁଲ: ତାଲିବାନ ଭୟରେ ଥରି ଉଠୁଛି ପୂରା ଆଫଗାନିସ୍ତାନ । ଏହି ସମୟରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ବିସ୍ମିଲ୍ଲା ମହମ୍ମଦ ଶୁକ୍ରବାର ଦିନ କହିଛନ୍ତିଯେ, ଦେଶର ପ୍ରତିରୋଧ ବାହିନୀ ତାଲିବାନ ନିକଟରୁ ତିନୋଟି ଜିଲ୍ଲାକୁ ପୁନଃ ଦଖଲ କରିବାରେ ସଫଳ ହୋଇଛନ୍ତି । ଟୁଇଟରରେ ତାଙ୍କ ଅଫିସିଆଲ୍ ହ୍ୟାଣ୍ଡେଲରୁ ମହମ୍ମଦ ଏକ ପୋଷ୍ଟ କରି କହିଛନ୍ତିଯେ, ତାଲିବାନ ଆତଙ୍କବାଦୀଙ୍କୁ ପ୍ରତିରୋଧ କରିବା ଆମର କର୍ତ୍ତବ୍ୟ । ବାଗଲାନର ପୁଲ-ଇ-ହେସର, ଦେହ ସାଲାହ ଏବଂ ବାନୁ ଜିଲ୍ଲାକୁ ପ୍ରତିରକ୍ଷା ବାହିନୀ ଦଖଲ କରିଛନ୍ତି । ତେବେ ତାଲିବାନ ଏପର୍ଯ୍ୟନ୍ତ ଏହି ଘଟଣା ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇନାହିଁ ।

ଆଫଗାନିସ୍ତାନର ପୁଲ-ଇ-ହେସର, ଦେହ ସାଲାହ ଏବଂ ବାନୁ ଜିଲ୍ଲା ବର୍ତ୍ତମାନ ପ୍ରତିରକ୍ଷା ବାହିନୀ ଅଧୀନରେ ଅଛି ଏବଂ ପୂର୍ବତନ ମନ୍ତ୍ରୀ ଚିତ୍କାର କରି କହିଛନ୍ତି ଯେ ପ୍ରତିରକ୍ଷା ବାହିନୀ ଏବେ ମଧ୍ୟ ବଞ୍ଚିଛି । ଆଫଗାନିସ୍ତାନର ପୂର୍ବତନ କାର୍ଯ୍ୟନିର୍ବାହୀ ପ୍ରତିରକ୍ଷା ମନ୍ତ୍ରୀ ବିସ୍ମିଲ୍ଲା ମହମ୍ମଦ ବର୍ତ୍ତମାନ ଆଫଗାନିସ୍ତାନର ପଞ୍ଜିସିର ଏକମାତ୍ର ଅଞ୍ଚଳ, ଯାହା ବର୍ତ୍ତମାନ ତାଲିବାନ ନିୟନ୍ତ୍ରଣରେ ନାହିଁ ବୋଲି ସେ କହିଛନ୍ତି । ଏହି ସମୟରେ ତାଲିବାନର ସହ-ପ୍ରତିଷ୍ଠାତା ମଲ୍ଲିକା ଅବଦୁଲ ଘାନି ବାରାଦାର ଶନିବାର ଦିନ କାବୁଲରେ ପହଞ୍ଚି ଦଳର ସହଯୋଗୀ ତଥା ଅନ୍ୟ ରାଜନେତାଙ୍କ ସହ ଏକ ନୂତନ ଆଫଗାନିସ୍ତାନ ସରକାର ଗଠନ ସମ୍ପର୍କରେ ଆଲୋଚନା କରିଥିଲେ।

Leave a Reply

Your email address will not be published.