ଦିଲ୍ଲୀ ‘ଏମ୍‌ସ୍‌’ର ୯ ତାଲାରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ, ନିଆଁ ଆୟତ କରିବାକୁ ପହଁଞ୍ଚିଲେ ୨୨ ଦମକଳ

ନୂଆଦିଲ୍ଲୀ: ଗତକାଲି ବିଳମ୍ବିତ ରାତ୍ରରେ ଦିଲ୍ଲୀ ଏମସ୍ ର ୯ ତାଲାରେ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଆୟତ କରିବାକୁ ପହଁଞ୍ଚିଛନ୍ତି ୨୨ ଦମକଳ ବାହିନୀ । କିନ୍ତୁ, ନିଆଁ ଲାଗିଥିବା ପ୍ରକୋଷ୍ଠରେ କୌଣସି ରୋଗୀ ନଥିବାର ଜଣାଯାଇଛି ।

ସୂଚନା ଅନୁଯାୟୀ ଠିକଣା ସମୟରେ ୯ ତାଲାରୁ ସମସ୍ତଙ୍କୁ ସ୍ଥାନାନ୍ତର କରି ଦିଆଯିବାରୁ କେହି ଆହତ ମଧ୍ୟ ହୋଇ ନାହାନ୍ତି। ନିଆଁ ଲାଗିଛି ବୋଲି ବୁଧବାର ରାତି ୧୦.୩୨ ମିନିଟ୍‌ରେ ହସ୍ପିଟାଲ୍‌ରୁ ଫୋନ୍ ପାଇଥିବା କଥା ଅଗ୍ନିଶମ ବିଭାଗ କହିଛି।

ହସ୍ପିଟାଲ୍‌ର ୯ ମହଲାସ୍ଥିତ ‘କନ୍‌ଭଜେନ୍‌ସ୍‌ ବ୍ଲକ୍‌’ରେ ଅଗ୍ନିକାଣ୍ଡ ଘଟିଥିଲା। ସେଠାରେ ମୁଖ୍ୟତଃ କେତେକ ନିଦାନ ପରୀକ୍ଷାଗାର ଏବଂ ପରୀକ୍ଷଣ କକ୍ଷ ଥାଏ।

ପ୍ରାପ୍ତ ସୂଚନା ଅନୁସାରେ, ୯ ତାଲାରେ ଥିବା ଗୋଟାଏ ରେଫ୍ରିଜେରେଟର୍‌ରେ ସର୍ଟ ସର୍କିଟ୍‌ ଘଟିବା କାରଣରୁ ନିଆଁ ଲାଗିଥିଲା। ରାତି ଅଧ ବେଳକୁ ନିଆଁ ଲିଭାଇ ଦିଆଯାଇଥିବା କଥା ଦିଲ୍ଲୀ ଅଗ୍ନିଶମ ବିଭାଗ କହିଛି।

Leave a Reply

Your email address will not be published.