ଖୋଲିବ ସମସ୍ତ ସ୍ମାରକ

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଲୋକ ଗହଳି ହେଉଥିବା ସମସ୍ତ ସ୍ମାରକକୁ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଥିଲା । ଏବେ ଦେଶରେ ବନ୍ଦ ଥିବା ତାଜମହଲ ଭଳି ସ୍ମାରକ ଖୋଲିବାକୁ ନିର୍ଦ୍ଦେଶ ରହିଛି । ତତସହିତ ଏବେ ସଂକ୍ରମଣ କମିବା ପରେ ସମସ୍ତ ସ୍ମାରକକୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଜୁନ ୧୬ରୁ ଦେଶରେ ସମସ୍ତ ସ୍ମାରକ ବୁଲିପାରିବେ ପର୍ଯ୍ୟଟକ । ଏନେଇ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଟ୍ୱିଟ କରି ସୂଚନା ଦେଇଛନ୍ତି । କୋଭିଡ ଗାଇଡ ଲାଇନ ପାଳନ କରି ସମସ୍ତେ ସ୍ମାରକ ବୁଲିପାରିବେ ।

ଏପ୍ରିଲ ମାସରେ ଦେଶରେ କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚୁଥିଲା । ଏଥିପାଇଁ ଏପ୍ରିଲ ୧୫ରୁ ସ୍ମାରକ ଗୁଡିକ ବନ୍ଦ କରାଯାଇଥିଲା ।

Leave a Reply

Your email address will not be published.