ପୁଣି ଚିହ୍ନଟ ହେଲା କରୋନାର ଆଉ ଏକ ନୂଆ ଷ୍ଟ୍ରେନ୍

ନୂଆଦିଲ୍ଲୀ: ଦୀର୍ଘ ଦେଢ ବର୍ଷ ଧରି କରୋନା ମହାମାରୀ ପୁରା ବିଶ୍ୱରେ ତାଣ୍ଡବ ରଚି ଚାଲିଛି । ଏଭଳି ସଙ୍କଟ ମଧ୍ୟରେ ଆଉ ଏକ ନରାଶ୍ୟ ଜନକ ଖବର ସାମ୍ନାକୁ ଆସିଛି ଯାହା ଏହି ମହାମାରୀ ଭୟାବହତାଃକୁ ଦ୍ୱିଗୁଣିତ କରୁଛି । ପୁଣି କରୋନା ମହାମାରୀର ଏକ ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଛି । ଏହି ଷ୍ଟ୍ରେନ୍ ଇଂଲଣ୍ଡରେ ଚିହ୍ନଟ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୧୬ ଜଣ କରୋନା ମହାମାରୀର ନୂଆ ଷ୍ଟ୍ରେନ୍ ଦ୍ୱାରା ସଂକ୍ରମିତ ହୋଇ ସାରିଲେଣି ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ମହାମାରୀର ନୂଆ ନୂଆ ଷ୍ଟ୍ରେନ୍ ପୂର୍ବ ଷ୍ଟ୍ରେନ୍ ଗୁଡିକ ଅପେକ୍ଷା ଅଧିକ ପ୍ରଭାବଶାଳୀ ହୋଇଥାନ୍ତି । ଯାହାର ଉଦାହରଣ ଭାରତର ଡେଲଟା ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ଦେଖିବାକୁ ମିଳିଛି । ଇଂଲଣ୍ଡ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ମହାମାରୀର ନୂଆ ଷ୍ଟ୍ରେନ୍ କୁ ନେଇ ସୂଚନା ଦିଆଯିବା ପରେ ଏବେ ପୁଣି ଚିନ୍ତା ବଢିଛି । ଚିହ୍ନଟ ହୋଇ ନୂଆ ଷ୍ଟ୍ରେନର ନାମ ବି.୧.୬୨୧ ବୋଲି ଇଂଲଣ୍ଡ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published.