ସୁରକ୍ଷା ବାହିନୀଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁକଶ୍ମୀରରେ ସୁରକ୍ଷା ବାହିନୀଙ୍କୁ ବଡ ସଫଳତା ମିଳିଛି । ସୁରକ୍ଷା ବାହିନୀଙ୍କ ଗୁଳିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲାର ପୁଚାଲ ଅଂଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ସୁରକ୍ଷା ବାହିନୀର ଯବାନଙ୍କୁ ବିଶ୍ୱସ୍ତ ସୂତ୍ରରୁ ଯାଣିବାକୁ ପାଇଥିଲେ । ଏହାପରେ ସିଆରପିଏଫ ଯବାନ, ରାଷ୍ଟ୍ରୀୟ ରାଇଫଳର ଯବାନ ଓ ପୋଲିସ ଯୁଗ୍ମଭାବେ ଅତର୍କିତ ଚଢ଼ାଉ କରିଥିଲେ । ସଂପୃକ୍ତ ଅଂଚଳକୁ ଘେରା ବନ୍ଦୀ କରିଥିଲେ । ଏନକାଉଣ୍ଟର ପୂର୍ବରୁ ଆତଙ୍କବାଦୀମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ସୁଯୋଗ ଦିଆଯାଇଥିଲା । କିନ୍ତୁ ସେମାନେ ମାନି ନଥିଲେ ।  ତେଣୁ ସୁରକ୍ଷା ବାହିନୀର ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । 

ଆଇଜିପି କଶ୍ମୀର ବିଜୟ କୁମାର କହିଛନ୍ତି ଦକ୍ଷିଣ କଶ୍ମୀରର କୁଲଗାମରେ ମଧ୍ୟ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ହୋଇଥିବା ୨ ଆତଙ୍କବାଦୀ ଲଶ୍କର-ଏ-ତଇବାର ସଦସ୍ୟ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି 

Leave a Reply

Your email address will not be published.