ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ: ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶ ବାସୀଙ୍କୁ ସମ୍ବୋଧନ କରି କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତିଯେ, ଦେଶ କରୋନା ମହାମାରୀକୁ ମୁକାବିଲା କରୁଥିବା ବେଳେ ଯୋଗ ଆଶାର କିରଣ ହୋଇଛି । ଆଜି ସମଗ୍ର ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେଉଛି । ଯଦିଓ ବଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରି ନାହିଁ, ତଥାପି ଉତ୍ସାହ କମ ହୋଇ ନାହିଁ । ଯୋଗ ଦିବସର ଥୀମ ‘ଯୋଗ ଫର ୱେଲନେସ୍‌’ ଏହି ଉତ୍ସାହକୁ ଆହୁରି ବଢ଼ାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଏହାମଧ୍ୟ କହିଛନ୍ତିଯେ, ବିଶ୍ୱର ଅଧକାଂଶ ଦେଶ ଲାଗି ଯୋଗ ଦିବସ କୌଣସି ସେମାନଙ୍କର ଶତାବ୍ଦୀ ପୁରୁଣା ସାଂସ୍କୃତିକ ପର୍ବ ନଥିଲା । ଏହି ବିପଦ ସମୟରେ ଏତେ ଅସୁବିଧାରେ ଲୋକେ ଏହାକୁ ଭୁଲିପାରିଥାନ୍ତେ, ଏହାକୁ ଅବହେଳା କରିଥାନ୍ତେ । କିନ୍ତୁ ଏହାର ବିପରୀତ ଦେଖାଯାଇଛି । ଲୋକଙ୍କ ମଧ୍ୟରେ ଯୋଗ ନେଇ ଉତ୍ସାହ ବଢ଼ିଛି । ଯୋଗକୁ ଲୋକେ ଭଲ ପାଉଛନ୍ତି । କରୋନା ସମୟରେ ଯୋଗ ଏକ ବଡ଼ ଅସ୍ତ୍ର ପାଲଟିଛି । 

Leave a Reply

Your email address will not be published.