ଭାରତରେ ଚତୁର୍ଥ ଟିକା ଭାବେ ୨ ଦିନ ଭିତରେ ପହଞ୍ଚିପାରେ ମୋଡର୍ଣ୍ଣା

ନୂଆଦିଲ୍ଲୀ: ଭାରତରେ ପହଞ୍ଚିବ ମୋଡର୍ଣ୍ଣା ଟିକା । ଆଗାମୀ ଦୁଇଦିନ ମଧ୍ୟରେ ଟିକା ଭାରତରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି । ଔଷଧ ନିୟାମକ ସଂସ୍ଥା ଜୁନ୍ ୨୯ରେ ଆମେରିକାର ଫାର୍ମା କମ୍ପାନୀ ମୋଡର୍ଣ୍ଣା ଟିକାକୁ ଜରୁରୀକାଳୀନ ବ୍ୟବହାର ଅନୁମୋଦନ ପ୍ରଦାନ କରିଥିଲା । ଏହାକୁ ଚତୁର୍ଥ ଟିକା ଭାବରେ ଭାରତରେ ଅନୁମୋଦନ କରିଥିଲା । ଏହି ଟିକାଗୁଡ଼ିକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା କରୋନା ଟିକା ଗ୍ଲୋବାଲ୍ ଆକ୍ସେସ୍ କିମ୍ବା କୋଭାକ୍ସ ପଦକ୍ଷେପର ଏକ ଅଂଶ ।

ଭାରତ ସରକାର ଆଶାବାଦୀଯେ, ଆଗାମୀ ଦୁଇ ଦିନ ମଧ୍ୟରେ ମୋଡର୍ଣ୍ଣା ଟିକା ପ୍ରଥମ ବ୍ୟାଚ୍ ଦେଶରେ ପହଞ୍ଚିବ। ବ୍ୟାଚରେ ଥିବା ଡୋଜ୍ ସଂଖ୍ୟା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଏହି ଟିକା ମାତ୍ରା ଭାରତୀୟ ଔଷଧ ଉତ୍ପାଦନକାରୀ ସିପଲା ଦ୍ୱାରା ଆମଦାନୀ ହେବ ଏବଂ ଏହା କେନ୍ଦ୍ର ସରକାରଙ୍କ ଅଧୀନରେ ରହିବ। ସିଧାସଳଖ ରାଜ୍ୟଗୁଡିକୁ ମୋଡର୍ଣ୍ଣା ଡୋଜ ଯୋଗାଇବାକୁ କେନ୍ଦ୍ର ଯୋଜନା କରିଛି।

ମୋଡର୍ଣ୍ଣ ଟିକା ଆମଦାନୀ କରିବାକୁ ସିପଲାଙ୍କୁ ଅନୁମତି ଦିଆଯାଇଛି। ତେବେ, ଏହି ପର୍ଯ୍ୟାୟରେ ଭାରତକୁ ପ୍ରଦାନ କରାଯାଉଥିବା ଟିକା ଆମଦାନି ପାଇଁ ନିୟାମକ ଅନୁମୋଦନ ଅଟେ। କରୋନା ସଂକ୍ରମଣରୁ ରକ୍ଷା କରିବାରେ ମୋଡର୍ଣ୍ଣା ଟିକା ୯୪.୧% ର ପ୍ରଭାବ ଥିବା ଦର୍ଶାଯାଇଛି।

Leave a Reply

Your email address will not be published.