୩ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ୨ୟ ଲହର ମାଡ଼ିଚାଲିଛି । ସଂକ୍ରମଣର ହାର ଯଦିଓ ହ୍ରାସ ପାଇଛି ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନାହିଁ । ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କୋଭିଡ-୧୯ରେ ୨.୭୬ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ୪ ହଜାରରୁ କମ ହୋଇଛି । 

କରୋନା ଉପରେ ସ୍ୱତନ୍ତ୍ର ନଜର ରଖିଥିବା ୱେବସାଇଟ ୱାଲଡୋମିଟର ତଥ୍ୟ ଅନୁସାରେ ବିଗତ ୨୪ ଘଣ୍ଟାରେ ଭାରତରେ ୩୮୮୦ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହା ପୂର୍ବରୁ ବୁଧବାର ଦେଶରେ ୪୫୨୯ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ମହାମାରୀ ଆରମ୍ଭ ହେବା ଦିନଠାରୁ ସର୍ବାଧିକ । ଏହା ପୂର୍ବରୁ ମେ’ ୧୮ରେ ୪୩୨୯ ଜଣ, ମେ’ ୧୭ରେ ୪୧୦୬ ଜଣ ଓ ମେ’ ୧୬ରେ ୪୦୭୭ ଜଣ ଆକ୍ରାନ୍ତ ପ୍ରାଣ ହାରିଥିଲେ । 

ଦେଶରେ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୭୬ ହଜାର ୨୬୧ ଜଣ ସଂକ୍ରମିତ ହୋଇଛନ୍ତି । ବୁଧବାର ଏତିକି ସମୟ ମଧ୍ୟରେ ୨ ଲକ୍ଷ ୬୭ ହଜାର ୩୩୪ ଜଣ ସଂକ୍ରମିତ ହୋଇଥିଲେ । ପୂର୍ବରୁ ୧୮ ତାରିଖରେ ୨ ଲକ୍ଷ ୬୩ ହଜାର ୫୩୩ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । 

Leave a Reply

Your email address will not be published.