ଚଳିତ ବର୍ଷର ରେକର୍ଡ ଭାଙ୍ଗିଲା ତାପମାତ୍ରା

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ଅଧିକାଂଶ ଅଞ୍ଚଳରେ ବର୍ଷାର ପରିମାଣ ବୃଦ୍ଧି ହୋଇଛି । ତଥାପି ତାପମାତ୍ରା ଅନେକ ରେକର୍ଡ ଭାଙ୍ଗିଛି । ସାଧାରଣତ ଜୁଲାଇ ମାସ ଆସୁଆସୁ ଦେଶର ପ୍ରତି ଭାଗରେ ମୌସୁମୀ ବର୍ଷା ହୋଇଥାଏ । ୧୯୦୧ ପରେ ୫ ରୁ ୪ ସବୁଠାରୁ ଗରମ ଜୁଲାଇ ମାସର ଗତ ଦଶକରେ ହୋଇଥିଲା । ଏଥିରୁ ଜଣାପଡୁଛି ଯେ, ନିକଟରେ ତାପମାତ୍ରାରେ ଖୁବ୍ ବୃଦ୍ଧି ଘଟିଛି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛିଯେ, ଜୁଲାଇରେ ସାରା ଦେଶରେ ୭% ବର୍ଷା ଅଭାବ ଥିଲା । ପୂର୍ବ ଏବଂ ଉତ୍ତର ପୂର୍ବ ଭାରତରେ ୨୬% ଉତ୍ତର-ପଶ୍ଚିମ ଏବଂ ମଧ୍ୟ ଭାରତରେ ୭% ଅଭାବ ଥିଲା, କିନ୍ତୁ ଉପଦ୍ୱୀପ ଭାରତରେ ୨୭%ଅଧିକ ବର୍ଷା ହୋଇଥିଲା ।

ଜୁନ୍ ୧୯ ସୁଦ୍ଧା ରାଜସ୍ଥାନ, ଦିଲ୍ଲୀ, ହରିୟାଣା ଏବଂ ପଞ୍ଜାବର କିଛି ଅଂଶକୁ କଭର କରିଥିଲା, ଏହାପରେ ମୌସୁମୀ ୧୧ ଜୁଲାଇ ପର୍ଯ୍ୟନ୍ତ ‘ବ୍ରେକ୍’ ଫେ୍ଜରେ ପ୍ରବେଶ କରିଥିଲା । ଦେଶର ଅଧିକାଂଶ ଅଂଶକୁ ଆଚ୍ଛାଦନ କରିଥିଲା । ଆଇଏମଡି ପୁନେର ବୈଜ୍ଞାନିକ ଓପି ଶ୍ରୀଜିତ କହିଛନ୍ତି ଯେ, ଜୁଲାଇରେ ସର୍ବନିମ୍ନ ଏବଂ ସର୍ବାଧିକ ତାପମାତ୍ରା କମ୍ ବୃଷ୍ଟିପାତ ସହିତ ଯୋଡିକି ଦେଖିହେବ।

ତେବେ ୧୯୦୧ ପରେ ବହୁବାର ଜୁଲାଇ ମାସ ଷଷ୍ଠ ସବୁଠାରୁ ଗରମ ମାସ ରହିଛି । ସଂଖ୍ୟା ଦୃଷ୍ଟିରୁ ଜୁଲାଇରେ ତାପମାତ୍ରା ୨୮.୫୨ ଡିଗ୍ରୀ ସେଲସିୟସ୍ ବା ସ୍ବାଭାବିକଠାରୁ ୦.୫୫ ଡିଗ୍ରୀ ଅଧିକ ଥିଲା । ଜଳବାୟୁ ସମ୍ପର୍କିତ ଏହି ରିପୋର୍ଟ ପାଣିପାଗ ବିଜ୍ଞାନ ବିଭାଗ ପୁନେ(ଆଇଏମଡି) ପକ୍ଷରୁ ଜାରି କରାଯାଇଛି । ଏଥର ଉପଦ୍ୱୀପ ଭାରତକୁ ଛାଡି ଜୁଲାଇ ମାସର ରାତିରେ ଖୁବ୍ ଗରମ ହୁଏ। ଉପଦ୍ୱୀପ ଅଞ୍ଚଳରେ ଜୁଲାଇରେ ସାଧାରଣଠାରୁ ଅଧିକ ବର୍ଷା ହୋଇଛି ।

Leave a Reply

Your email address will not be published.