ଜୁନ୍ ୩୦ ଯାଏଁ ବଢିଲା ଲକଡାଉନ ଅବଦ୍ଧି

କୋଲକତା : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରେ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଦିନ ଲକଡାଉନ ବେଳେ କିଛି କୋହଳ ନୀତି ଅବଲମ୍ବନ କରିବାକୁ ସିଧା ମନା କରିଦେଇଛନ୍ତି । ରାଜ୍ୟ ମୁଖ୍ୟ ସଚିବ ହରିକୃଷ୍ଣ ଦ୍ୱିବେଦୀ କହିଛନ୍ତି କି ଲକଡାଉନ ବେଳେ ବସ୍, ମେଟ୍ରୋ, ଲୋକାଲ ଟ୍ରେନ୍ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଏହାସହ ଖୁଚୁରା ଦୋକାନଗୁଡିକ ସକାଳ ୭ ଟାରୁ ୧୧ ଟା ପର୍ଯ୍ୟନ୍ତ ଖୋଲା ରହିବ । ରେଷ୍ଟୁରାଣ୍ଟଗୁଡିକ ମଧ୍ୟାହ୍ନ ୧୨ ଟାରୁ ରାତି ୮ ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ମିଳିବ ।

Leave a Reply

Your email address will not be published.