ଆଜି କୋୱିନ୍ ଗ୍ଲୋବାଲ କନକ୍ଲେଭକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜାନୁଆରୀରେ ଦେଶରେ କୋଭିଡ -୧୯ ବିରୋଧରେ ଟୀକାକରଣ ଆରମ୍ଭ ହେବାପରେ କୋୱିନ୍ ପୋର୍ଲାଲକୁ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପ୍ରଧାନମନ୍ତ୍ରୀ କୋୱିନ୍ ଗ୍ଲୋବାଲ କନକ୍ଲେଭକୁ ସମ୍ବୋଧିତ କରିବେ । ତେବେ ଭାରତ ସରକାରଙ୍କ ଡିଜିଟାଲ ପ୍ଲାଟଫର୍ମ ପ୍ରତି ଆଗ୍ରହ ଦେଖାଇଥିବା ଦେଶମାନଙ୍କୁ ଏହାକୁ ଗ୍ରହଣ କରିବାର ସୁଯୋଗ ଦିଆଯିବ। ନାଇଜେରିଆ, ପାନାମା, କାନାଡା, ମେକ୍ସିକୋ ଏବଂ ଉଗାଣ୍ଡା ସମେତ ୫୦ ଟି ଦେଶ କୋୱିନ୍ ପ୍ଲାଟଫର୍ମ ଗ୍ରହଣ କରିବାକୁ ଆଗ୍ରହ ଦେଖାଇଛନ୍ତି।

ତେବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଦନଙ୍କ ଦ୍ୱାରା ଉଦଘାଟିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦେଶର ବିଭିନ୍ନ ସ୍ୱାସ୍ଥ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି । କରୋନା ବିରୋଧରେ ଟୀକାକରଣ ପାଇଁ ପଞ୍ଜିକରଣ, ଏକ ସ୍ଲଟ୍ ବୁକ୍ କରିବା ଏବଂ ଟୀକାକରଣ ପ୍ରମାଣପତ୍ର ଡାଉନଲୋଡ୍ କରିବା ପାଇଁ ଏହି ପ୍ଲାଟଫର୍ମ ଭାରତରେ ବ୍ୟବହୃତ ହେଉଛି ।

ଏହା ହିତାଧିକାରୀଙ୍କ ପାଇଁ ଏକ ୱେବସାଇଟ୍ ଏବଂ ଟୀକାକରଣ ପ୍ରକ୍ରିୟା ସହିତ ଜଡିତ ଏକ ଆପ୍ଲିକେସନ ଯାହା ସହାର୍ଯ୍ୟରେ ଲୋକ ମାନେ ନିଜର ନାମ ପଞ୍ଜିକରଣ କରି ଟିକାକରଣ କରିପାରିବେ । 

Leave a Reply

Your email address will not be published.