ଏଥରକ ଅଧିକ ପଡିବ ମୌସୁମୀ ପ୍ରଭାବ

 ନୂଆଦିଲ୍ଲୀ: ଏଥରକ ମୌସୁମୀ ପ୍ରଭାବ ଅଧିକ ପଡିବ ।ସାଙ୍ଘାତିକ ରୂପ ନେବ ମୌସୁମୀ । ଯାହାର ପୂର୍ବାନୁମାନ କରାଯାଉଛି । ଅଧିକରୁ ଅଧିକ ହେବ ବର୍ଷା । ବିଶ୍ୱର ପାଣିପାଗ ପାରିବର୍ତ୍ତନର ପ୍ରଭାବ ଏହା ଉପରେ ପଡିବ । ଏପରି ଏକ ରିପୋର୍ଟ ପ୍ରକାଶ ପାଇଛି । ଗତ ୧୦ ଲକ୍ଷ ବର୍ଷର ତଥ୍ୟ ଆଧାରରେ ବୈଜ୍ଞାନିକମାନେ ଏହି ଅନୁମାନ ଲଗାଇଛନ୍ତି ।

ସାଇନ୍ସ ଆଡ୍‌ଭାନ୍ସେସ୍‌’ରେ ଏହି ନୂଆ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ, ଜଳବାୟୁରେ ପରିବର୍ତ୍ତନ ଘଟୁଛି । ତେବେ ଗ୍ରିନହାଉସ୍‌ ଗ୍ୟାସ୍‌, ଗରମ ପରିବେଶ କାରଣରୁ ମୌସୁମୀ ଋତୁରେ ଅଧିକ ବର୍ଷା ହେବ । ଅପ୍ରତ୍ୟାଶିତ ଭାବେ ଅତ୍ୟଧିକ ବୃଷ୍ଟିପାତ ହେବ । ଅର୍ଥାତ ବାଦଲ ଫଟା ବର୍ଷା ହେବ । ବିଗତ ୧୦ ଲକ୍ଷ ବର୍ଷର ତଥ୍ୟକୁ ଆଧାର କରି ଏହି ରିପୋର୍ଟରେ ଆକଳନ କରାଯାଇଛି । ଏପରିକି ଭାରତରେ ମୌସୁମୀ ବାୟୁ ଅତ୍ୟଧିକ ବର୍ଷା କରାଇବା ସହ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ ।

ଏହି ତଥ୍ୟ ପାଇଁ ବୈଜ୍ଞାନିକ ମାନେ ବଙ୍ଗୋପସାଗରରୁ କିଛି ନମୁନା ସଂଗ୍ରହ କରିଥିଲେ । ମୌସୁମୀ ବର୍ଷା ଯୋଗୁ ଧୋଇ ହୋଇ ସମୁଦ୍ରରେ ମିଶିଥିବା କିଛି ନମୁନା ସେମାନେ ନେଇଥିଲେ । ଏହି ନମୁନା ପ୍ରାୟ ୨୦୦ ମିଟର ଲମ୍ବା ଥିଲା ।

ଏଥିରୁ ଜଣା ପଡିଥିଲାଯେ, ବାୟୁମଣ୍ଡଳରେ ଅଧିକ ଅଙ୍ଗାରକାମ୍ଳ ସୃଷ୍ଟି ହୋଇଛି । ତେଣୁ ଅତ୍ୟଧିକ ବର୍ଷା ଓ ସମୁଦ୍ର ଉପରି ଭାଗରେ କମ୍‌ ଲବଣତା ଦେଖିବାକୁ ମିଳୁଛି । ବାୟୁମଣ୍ଡଳରେ ଗ୍ରିନ୍‌ ହାଉସ୍‌ ଗ୍ୟାସ୍‌ ମାତ୍ରା ଅତ୍ୟଧିକ ମାତ୍ରାରେ ବଢିଛି । ମୌସୁମୀର ଗୁଣବତ୍ତାରେ ବଡ଼ଧରଣର ପରିବର୍ତ୍ତନ ଆସୁଛି ବୋଲି ସେମାନେ କହିଛନ୍ତି ।

Leave a Reply

Your email address will not be published.