ଖୁବ୍ ଶ୍ରୀଘ୍ର ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ, ସୀମାରେ ୧ ଲକ୍ଷ ୩୦ ହଜାର ସୈନ୍ୟ ମୁତୟନ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଆମେରିକାର ଚେତାବନୀ ସତ୍ତ୍ଵେ ଋଷ ୟୁକ୍ରେନ ସୀମାରେ ନିଜର ସୈନ୍ୟ ବୃଦ୍ଧି କରୁଛି । ଆମେରିକା ଦାବି କରିଛିଯେ, ଋଷର ୧ ଲକ୍ଷ ୩୦ ହଜାର ସୈନ୍ୟ ୟୁକ୍ରେନ ସୀମାରେ ମୁତୟନ କରିଛି । ଆମେରିକୀୟ ଅଧିକାରୀ ଜେଲେନସ୍କାଏ କହିଛନ୍ତିଯେ, ମସ୍କୋ ଫୋର୍ସ ଆମେରିକୀୟ ଅଧିକାରୀ ଜେଲେନସ୍କାଏ କହିଛନ୍ତି ଯେ, ମସ୍କୋ ଫୋର୍ସ ୟୁକ୍ରେନକୁ ତିନି ଦିଗରୁ ଘେରି ସାରିଛି । କ୍ରେମଲିନ୍ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି । ଅତିଶୀଘ୍ର ଋଷ ଯୁଦ୍ଧ କରିପାରେ ।କୁ ତିନି ଦିଗରୁ ଘେରି ସାରିଛି । କ୍ରେମଲିନ୍ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି । ଅତିଶୀଘ୍ର ଋଷ ଯୁଦ୍ଧ କରିପାରେ । ହ୍ୱାଇଟ ହାଉସ କହିଛିଯେ, ରାଷ୍ଟ୍ରପତି ଜୋ ବିଇଡେନ ରବିବାର ଦିନ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ପ୍ରାୟ ୫୦ ମିନିଟ ଧରି କଥା ହୋଇଛନ୍ତି ଏବଂ ତାଙ୍କୁ ସମର୍ଥନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ କିଛି ନିସ୍କର୍ଷ ବାହାରି ନଥିଲା । ଏପରିକି ପରିସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି । ଯଦି ଋଷ ୟୁକ୍ରେନ ଉପରେ ଆକ୍ରମଣ କରେ । ତେବେ ଆମେରିକା ୟୁକ୍ରେନକୁ ପୂର୍ଣ୍ଣ ସମର୍ଥନ କରିବ । ୟୁକ୍ରେନ ବାସିନ୍ଦାଙ୍କ କହିବାନୁସାରେ, ଋଷିଆ ୟୁକ୍ରେନ ଦଖଲ କରିବାକୁ ବିପୁଳ ମାତ୍ରାରେ ମିସାଇଲ, ଫୋର୍ସ, ଟ୍ୟାଙ୍କ ଆଦି ମୁତୟନ କରିସାରିଛି । କୃଷ୍ଣ ସାଗରରେ ଋଷ ୬ଟି ଜାହାଜ ଲଗାଇ ସାରିଛି । ଯାହା ଆମେରିକା ପ୍ରତି ଏକ ସତର୍କ ଘଣ୍ଟି ଅଟେ ।

ଆମେରିକୀୟ ଅଧିକାରୀ ଜେଲେନସ୍କାଏ କହିଛନ୍ତିଯେ, ଯୁଦ୍ଧ ହେଲେ ୟୁକ୍ରେନ ଅର୍ଥନୀତି ପ୍ରଭାବିତ ହେବାର ଆଶଙ୍କା ରହିଛି । ସେମାନଙ୍କର ଅଧିକାରୀ ମଧ୍ୟ ସମସ୍ତ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ । ନାଟୋ ସଦସ୍ୟ ମଧ୍ୟ ପ୍ରସ୍ତୁତ ଅଛନ୍ତି । ଗତ ସପ୍ତାହରେ ୟୁକ୍ରେନ ସୀମାରେ ଋଷ ୟୁଦ୍ଧାଭ୍ୟାସ କରିଥିଲା । ହେଲିକପ୍ଟର ଉଡାଇଥିଲା । ଏହାକୁ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ପଠାଇଥିବା କେହିକେହି କହୁଛନ୍ତି ।

Leave a Reply

Your email address will not be published.