ନିର୍ବାଚନରେ ଖର୍ଚ୍ଚ କଲେ ପ୍ରଚୁର ଟଙ୍କା, ହାରିବାରୁ ସ୍ତ୍ରୀଙ୍କୁ ବିକ୍ରି କରିଦେଲେ ସ୍ୱାମୀ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ ): ପ୍ରଚୁର ଟଙ୍କା ଖର୍ଚ୍ଚ କରି ନିର୍ବାଚନ ଲଢ଼ିଲେ । ହାରିବାରୁ ସ୍ତ୍ରୀଙ୍କୁ କଲେ ବିକ୍ରି । ଏଭଳି ଲଜ୍ଜାଜନକ ଘଟଣା ଆସିଛି ଉତ୍ତରପ୍ରଦେଶରୁ । ସ୍ଥାନୀୟ ନେତାଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ । ମହିଳାଙ୍କ ଅଭିଯୋଗଯେ, ଟଙ୍କା ପାଇଁ ତାଙ୍କ ସ୍ୱାମୀ ତାଙ୍କୁ ବିକ୍ରି କରିଛନ୍ତି । ଏହାସହ ନିଜ ଘରେ ଦୁଷ୍କର୍ମର ଶିକାର ହୋଇଥିବା ପୀଡିତ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ ନିର୍ବାଚନ ସମୟରେ ଅଭିଯୁକ୍ତ ନେତାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ନେତାଜଣଙ୍କ କାନ୍ଦି କାନ୍ଦି କହୁଥିଲେ, ଟଙ୍କା ଦେବା ପରେ ବି ଟିକେଟ ପାଇବାରୁ ବଞ୍ଚିତ ହୋଇଛି । ସ୍ୱାମୀଙ୍କ ଏହି ଭିଡିଓ ଭାଇରାଲ ପରେ ଅନ୍ୟ ଏକ ଦଳ ପକ୍ଷରୁ ମହିଳାଙ୍କୁ ଟିକେଟ୍ ଦିଆଯାଇଥିଲା । ମହିଳାଙ୍କ ଅଭିଯୋଗ ଅନୁଯାୟୀ, ମାର୍ଚ୍ଚ ୧୦ ତାରିଖରେ ମତଗଣନା ଦିନ ତାଙ୍କ ସ୍ୱାମୀ କାଉଣ୍ଟିଂ ଷ୍ଟେସନକୁ ନେଇ ନଥିଲେ ।

ମତଗଣନା ଶେଷ ହେବାର କିଛି ଘଣ୍ଟା ପରେ ସ୍ୱାମୀଙ୍କ ଜଣେ ବନ୍ଧୁ ଘରକୁ ଆସିଥିଲେ । ମୋ ସ୍ୱାମୀ ପଠାଇଛନ୍ତି ବୋଲି କହିଲେ । ଏହାସହ ତାଙ୍କ କଥାରେ ରାଜି ହେବାକୁ ମଧ୍ୟ କହିଥିଲେ । ବ୍ୟକ୍ତିଜଣଙ୍କ କହିଥିଲେ ମୋ ନିର୍ବାଚନ ପ୍ରଚାରରେ ସେ ପ୍ରଚୁର ଟଙ୍କା ଖର୍ଚ୍ଚ କରିଥିଲେ । କିନ୍ତୁ ମୁଁ ପରାଜିତ ହୋଇଗଲି । ମୋତେ ବିକ୍ରି କରି ଏହି ଟଙ୍କାର ଆଦାୟ କରିବେ ବୋଲି କହିଥିଲେ । ଏହା ପରେ ମୁଁ ମୋ ସ୍ୱାମୀଙ୍କ ସମ୍ପର୍କୀୟଙ୍କୁ କହିଥିଲି । କିନ୍ତୁ ସେମାନେ ମଧ୍ୟ ଦୁର୍ବ୍ୟବହାର କରିଥିବା ମହିଳା ଜଣଙ୍କ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୁଲିସ ମହିଳାଙ୍କ ସ୍ୱାମୀ, ତାଙ୍କ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ନାଁରେ ମାମଲା ରୁଜ୍ଜୁ କରିଛି । ଘଟଣା ଉପରେ ସ୍ଥାନୀୟ ପୁଲିସ ଅଧିକାରୀ କହିଛନ୍ତି, ପୀଡିତ ମହିଳାଜଣଙ୍କ ନିଜ ସ୍ୱାମୀ ଏବଂ ଅନ୍ୟ ୩ ଜଣଙ୍କ ନାଁରେ ଅଭିଯୋଗ କରିଛନ୍ତି । ମାମଲାର ତଦନ୍ତ ଜାରି ରହିଛି । କଠୋର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ।

Leave a Reply

Your email address will not be published.