ଓମିକ୍ରନ ଯୋଗୁଁ ନୂଆବର୍ଷ ଓ ବଡ଼ଦିନର ଉତ୍ସବ ପାଳନ ଉପରେ ଲାଗିଲା ରୋକ୍

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଗତବର୍ଷ ପରି ଚଳିତବର୍ଶ ମଧ୍ୟ କରୋନା ଭାଇରସ୍ ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷ ପାଳନ ଉପରେ ପ୍ରଭାବ ପକାଇଛି । କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ କୁ ନେଇ ମଧ୍ୟ ବିଭିନ୍ନ ରାଜ୍ୟ ସତର୍କତା ଅବଲମ୍ବନ କରିବା ଆରମ୍ଭ କରିଲେଣି । ସେହିପରି ରାଜଧାନୀ ଦିଲ୍ଲୀରେ ସମସ୍ତ ପ୍ରକାରର ଭିଡ଼ ଉପରେ ରୋକ ଲଗାଯାଇଛି । ଆଗକୁ ଖ୍ରୀଷ୍ଟମାସ ଓ ନୂଆବର୍ଷ ଆସୁଛି । କିନ୍ତୁ ଓମିକ୍ରନ ପାଇଁ ସରକାର ଏହି ଅବସରରେ ଆୟୋଜନ ହେବାକୁ ଥିବା ପାର୍ଟି ଉପରେ ବ୍ୟାନ ଲଗାଇଛନ୍ତି । ଏଥିସହ ଦିଲ୍ଲୀ ସରକାର ଜିଲ୍ଲା ମାଜିଷ୍ଟ୍ରେଟ ଓ ଜିଲ୍ଲା ବିପର୍ୟ୍ୟୟ ପ୍ରଶମନ ଅଥୋରିଟିକୁ କରୋନା ସଂକ୍ରମଣକୁ ରୋକିବାର ଗୁରୁଦାୟିତ୍ୱ ଦେଇଛନ୍ତି । ସୁଚନା ଅନୁସାରେ ଦିଲ୍ଲୀରେ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ ର ନୂଆ ମାମଲା ବୃଦ୍ଧି ପାଉଛି । ବର୍ତ୍ତମାନ ଏହି ସଂଖ୍ୟା ୧୦୦ ଅତିକ୍ରମ କରିଛି ।

ଓମିକ୍ରନ ପାଇଁ ଦିଲ୍ଲୀରେ ସମସ୍ତ ପ୍ରକାରର ସାମାଜିକ, ସାଂସ୍କୃତିକ, କ୍ରୀଡ଼ା, ଧାର୍ମିକ ଓ ସମାବେଶ ଉପରେ ରୋକ ଲଗାଯାଇଛି। ସେହିପରି ବାର ଓ ରେଷ୍ଟୁରାଣ୍ଟଗୁଡ଼ିକ ସିଟିଂ କ୍ଷମତାର ୫୦% ଲୋକଙ୍କୁ ନେଇ ସେବା ଯୋଗାଇ ପାରିବେ। ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏ ଏହି ନିୟମ ବଳବତ୍ତର ରହିବ ବୋଲି ଦିଲ୍ଲୀ ସରକାର କହିଛନ୍ତି। ଏହାର ଅର୍ଥ ଖ୍ରୀଷ୍ଟମାସ ଓ ନୂଆବର୍ଷ ଦିନ ଦିଲ୍ଲୀରେ କୌଣସି ପ୍ରକାରର ପାର୍ଟି ଆୟୋଜନ ହେବନି।

Leave a Reply

Your email address will not be published.